ବିଜେପିରେ ପାଟ୍ଟଶାଣୀ

prasanna patasani

ବିଜେପିରେ ପାଟ୍ଟଶାଣୀ


ଭୁବନେଶ୍ୱର : ପ୍ରସନ୍ନ ପାଟ୍ଟଶାଣୀ ଆଜି ବିଜେପିରେ ମିଶିଛନ୍ତି  । ବହୁଦିନ ଧରି ସେ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା  । ବିଜେଡ଼ି ତାଙ୍କୁ ୨୦୧୯ରୁ କୋଣଠେସା କରି ରଖିଛି  । ଦଳରେ ବି ତାଙ୍କର ପତିଆରା ନାହିଁ  । ପୂର୍ବରୁ ବାବାଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ବିଜେପିକୁ ଯାଇ ନିର୍ବାଚନ ଲଢୁଥିଲେ  । ରାଜ୍ୟସଭା ଯିବା ପାଇଁ ବାବା ବହୁଥର ଲବି ବି କରିଥିଲେ  । ଖାଲି ସେତିକିନୁହେଁ ଗତଥର ସେ ପୁରୀ କିମ୍ବା ଭୁବନେଶ୍ୱରରୁ ସାଂସଦ ଟିକେଟ ପାଇବାକୁ ଚାହୁଁଥିଲେ  ।  ପରେ ଚିଲିକାକୁ ନେଇ ବି ଚର୍ଚ୍ଚା ହୋଇଥିଲା  । ହେଲେ ପ୍ରସନ୍ନଙ୍କୁ ବିଜେଡ଼ି ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଚାଲିଥିଲା  । ଶେଷରେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି  । ବିଜେପି ତାଙ୍କୁ କି ଦାୟିତ୍ୱରେ ରଖୁଛି ତାହା ଦେଖିବାକୁ ବାକି ରହିଲା  ।