ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ

VK pandian Naveen Pattanaik

ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ

ଭୁବନେଶ୍ୱର : ବିଜେଡ଼ିର ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନ୍‌ ଦାୟୀ  । ସାରା ଓଡ଼ିଶାରେ ଏମିତି ଚର୍ଚ୍ଚା ଜୋରଧରିଛି  । ଏପରିକି ଦଳୀୟ କାର୍ଯ୍ୟାଳୟରେ ଯୁବ ଓ ଛାତ୍ରନେତାମାନେ ଏହାକୁ ନେଇ ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଥିଲେ  । ତେବେ ଆଜି ନବୀନ ଏନେଇ ମୁହଁ ଖୋଲିଛନ୍ତି  ।

ସେ ପାଣ୍ଡିଆନଙ୍କୁ କ୍ଳିନଚିଟ୍‌ ଦେଇଛନ୍ତି  । ପାଣ୍ଡିଆନଙ୍କୁ ନେଇ ହେଉଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି  । ନବୀନ କହିଛନ୍ତିଯେ, ସେ କୌଣସି ପଦବୀରେ ନାହାନ୍ତି କି ନିର୍ବାଚନ ଲଢ଼ିନାହାନ୍ତି  । ପରାଜୟକୁ ମୁଁ ସ୍ୱୀକାର କରିବା ସହ ରାଜ୍ୟବାସୀଙ୍କ ସେବା ଜାରି ରଖିବି  । ରାଜ୍ୟବାସୀ ମୋତେ ବାରବାର ମୁଖ୍ୟମନ୍ତ୍ରୀ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି  । ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ  । ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ କହିଛନ୍ତି  ।