ପାଣ୍ଡିଆନଙ୍କ ପାଇଁ ବିଜେଡ଼ି ଛାଡ଼ିଲି : ପାଟ୍ଟଶାଣୀ
prasanna patasani
ଭିକେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡ଼ି ଛାଡ଼ିଲି । ପାଣ୍ଡିଆନଙ୍କ ପାଇଁ ଏକ ଲୋକପ୍ରିୟ ସରକାର କ୍ଷମତାରୁ ଚାଲିଗଳା । ଯେପର୍ଯ୍ୟନ୍ତ ପାଣ୍ଡିଆନ୍ ଥିବେ ସେ ପର୍ଯ୍ୟନ୍ତ ବିଜେଡ଼ି କ୍ଷମତାକୁ ଆସିପାରିବନି । ପ୍ରସନ୍ନ ପାଟ୍ଟଶାଣୀଙ୍କ ଏହି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି ।
ପାଟ୍ଟଶାଣୀ ଓଡ଼ିଶାର ଜଣେ ଲୋକପ୍ରିୟ ନେତା । ତାଙ୍କ ଯାଦୁକରୀ ଭାଷଣ ଜନତାଙ୍କୁ ବିମୋହିତ କରେ । ବିଜୁବାବୁଙ୍କ ଅମଳରୁ ପାଟ୍ଟଶାଣୀ ଦଳରେ ସଂଗଠନ କରି ଆସୁଛନ୍ତି । ବିଜୁବାବୁ ବି ତାଙ୍କୁ ଭଲ ପାଉଥିଲେ । ଖୋର୍ଦ୍ଧାରେ ବହୁବାର ସେ ବିଧାୟକ ହୋଇଥିବାବେଳେ ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ୨୦୧୯ରେ ତାଙ୍କୁ ଟିକେଟ୍ ମିଳିଲାନି । ରାଜ୍ୟସଭା ସାଂସଦ କରିବାର ପ୍ରତିଶ୍ରୁତି ବି ଦିଆଗଲା । ୨୦୨୪ରେ ବି ତାଙ୍କୁ ଟିକେଟ ଦିଆଗଲାନି । ଯଦି ବାବା ଲଢିଥା’ନ୍ତେ ତାହେଲେ ଅପରାଜିତା ଦୁଇ ଦୁଇ ଥର ସାଂସଦ ହୋଇପାରିନଥା’ନ୍ତେ ବୋଲି ଅନେକ ରାଜନୀତିକ ସମୀକ୍ଷକ ମତପୋଷଣ କରନ୍ତି ।