କଟକରେ ଘର ଘର ବୁଲି କମିଶନରେଟ୍ ପୁଲିସ୍‌ର ଯାଞ୍ଚ

କଟକ: ଦଶହରା ଭସାଣୀକୁ ନେଇ କଟକରେ ଗଣ୍ଡଗୋଳ ପରେ ଆଜି ଘରେ ଘରେ ପଶି କେନ୍ଦ୍ରିୟ ଫୋର୍ସଙ୍କ ସହ କମିଶନରେଟ ପୁଲିସ ମିଶି  ହାତୀପୋଖରୀ ଅଞ୍ଚଳରେ ଛାନଭିନ୍ କରୁଥିବା ଦେଖିବାକୁ ମିଳିଛି । ୫ରୁ ୬ଜଣକୁ ଉଠାଇ ନେଇଥିବା ସୂଚନା ମିଳିଛି ।  ଏହି  ଛାନଭିନରେ ଦୁଇ  ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଘର ଘର ବୁଲି କମିଶନରେଟ୍ ପୁଲିସ୍‌ କେନ୍ଦ୍ରୀୟ ଫୋର୍ସ ସହ ମିଶି ଯାଞ୍ଚ କରୁଛି।