ସରକାର ଲକ୍ଷ୍ୟଚୁତ୍ୟ ହେଲେ ଆମେ ଆପତ୍ତି କରିବୁ:ପ୍ରତାପ ଦେବ

ସରକାର ଲକ୍ଷ୍ୟଚୁତ୍ୟ ହେଲେ ଆମେ ଆପତ୍ତି କରିବୁ:ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ। ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରିବା କଥା ବୋଲି ବିଜେଡି କହିଛି। ହେଲେ କେନ୍ଦ୍ରମନ୍ତ୍ରୀ ଆସି ଉଦଘାଟନ କରୁଛନ୍ତି। ବିଜେପି ସରକାର ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି। ସରକାର ଲକ୍ଷ୍ୟଚୁତ୍ୟ ହେଲେ ଆମେ ଆପତ୍ତି କରିବୁ। ଆଗାମୀ ପୀଢି ପାଇଁ ନୀତି ନିୟମ ବଦଳିବା ଉଚିତ ନୁହେଁ। ସମସ୍ତ ନୂଆ ବିଧାୟକଙ୍କୁ ନେଇ ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ୟ୍ୟକ୍ରମ କରିବ ବିଜେଡି। ଅଭିଜ୍ଞ ବିକ୍ତତ୍ୱଙ୍କୁ ନେଇ ପ୍ରଶିକ୍ଷଣ କାର୍ୟ୍ୟକ୍ରମ କରିବୁ। ବରିଷ୍ଠ ବିଧାୟକମାନେ ଭାଗ ନେବା ପାଇଁ ଅନୁରୋଧ କରାଯିବ ବୋଲି ପ୍ରତାପ ଦେବେ।

ପ୍ରକାଶ ଯେ  ଓଡ଼ିଶାର ନୂଆ ବିଧାୟକ ପାଇଁ ୨ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଶନିବାର ଉଦଘାଟିତ ହୋଇଯାଇଛି । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଦୁଇ ଦିନ ଚାଲିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ମନ୍ତ୍ରିପରିଷଦ ସଦସ୍ୟ ଓ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ଅଛନ୍ତି । ତେବେ କଂଗ୍ରେସ ଓ ବିଜେଡି ବିଧାୟକମାନେ କାର୍ଯ୍ୟକ୍ରମକୁ ଆସିନଥିବା ଜଣାଯାଇଛି । ଉଭୟ ଦଳର ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି । ଆଜିକାର କାର୍ୟ୍ୟକ୍ରମ କୁ ଆମେ ବର୍ଜନ କରିଛୁ ବୋଲି ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି । ଏହା ଆମ ଦଳର ନିଷ୍ପତି। ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରିନାହୁଁ। ଆମେ ପଦ ମର୍ୟ୍ୟାଦାର କଥା କହୁଛୁ। ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ବା ମୁଖ୍ୟ ଅତିଥି ହେବା କଥା କହୁଛୁ। ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ। ଆମେ କହିବା ପରେ ଏହି କାର୍ୟ୍ୟକ୍ରମ ଅତିଥି ତାଲିକା ପରିବର୍ତନ ହୋଇଛି। ହେଲେ ଏବେ ବି କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି ହେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ପଦ ପ୍ରତି ଅବମାନନା। ଆଗାମୀ ପିଢୀ ପାଇଁ ନୀତି ନିୟମ ପରମ୍ପରା ବଦଳିବା ଉଚିତ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି।