ଚନ୍ଦ୍ରବାବୁ ନାଇଡୁଙ୍କୁ ଶକ୍ତ ଝଟ୍‌କା

ଚନ୍ଦ୍ରବାବୁ ନାଇଡୁଙ୍କୁ  ଶକ୍ତ ଝଟ୍‌କା

ଅମରାବତୀ:  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲାଗିଛି ଶକ୍ତ ଝଟ୍‌କା। କାରଣ ତାଙ୍କ ଭାଇ ତଥା ଟିଡିପିର ପୂର୍ବତନ ବିଧାୟକ ନାରା ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି । କହିରଖୁଛୁ, ରାମମୂର୍ତ୍ତି ପ୍ରଥମେ ଟିଡିପି ପକ୍ଷରୁ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ । ସେ କିଛି ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବା ପରେ ଆଜି ତାଙ୍କର ନିଧନ ହୋଇଯାଇଛି ।ତାଙ୍କର ମୃତ୍ୟୁ ଖବର ପାଇବା ପରେ ଏପି ସିଏମ ଚନ୍ଦ୍ରବାବୁ ନାଇଡୁ ନିଜର ଦିଲ୍ଲୀଗସ୍ତକୁ ରଦ୍ଦ କରି ତୁରନ୍ତ ତିରୁପତି ଯାତ୍ରା କରିଛନ୍ତି । ରାମମୂର୍ତ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ନିଜର ଭାଇ ଥିଲେ । ଅଧିକାଂଶ ସମୟ ସେ ତିରୁପତିରେ ରହୁଥିବାରୁ ପାର୍ଟିରେ ସେତେ ଲୋକପ୍ରିୟ ନ ଥିଲେ । ଶନିବାର ତାଙ୍କର ନିଧନ ପରେ ପରିବାର ଲୋକ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ତାଙ୍କର ପୈତୃକ ଗ୍ରାମ ନାରାୱରିପଲ୍ଲୀଙ୍କୁ ନେଇଛନ୍ତି । ଭାଇଙ୍କ ମୃତ୍ୟୁ ଖବର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶକ୍ତ ଧକ୍କା ଦେଇଛି । ସେ ଗଭୀର ଭାବରେ ଭାଙ୍ଗି ପଡିଛନ୍ତି ।