ପୂର୍ବ ସରକାର ଗହମ କାଟିଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଅଯୌକ୍ତିକ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମର ବ୍ୟବସ୍ଥା ରହିଛି। ଯେହେତୁ ଓଡିଶା ଏକ ଚାଉଳ ଉତ୍ପାଦନ କାରୀ ରାଜ୍ୟ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ନାହିଁ। ରାଜ୍ୟରେ ଗହମ ଯୋଗାଣ ବନ୍ଦ ହୋଇନି। ଖାଦ୍ୟ ଅଭ୍ୟାସ ବଦଳାଇଲେ, ଚାଉଳ ବଦଳରେ ଗହମ ଖାଇବା ଅଭ୍ୟାସ ବଢ଼ିଗଲେ ଏହା ରାଜ୍ୟର ଚାଷ ଓ ଚାଷୀଙ୍କ ଉପରେ ପ୍ରଭାବ ପଡିବ। ଭବିଷ୍ୟତ ପାଇଁ ଏହା ଠିକ ନୁହେଁ। ବିଜେଡି ଏହାର ଆଗରୁ ପ୍ରତିବାଦ କରିଥିଲା। ପୂର୍ବ ସରକାର ଗହମ କାଟିଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି କହିଛନ୍ତି।
ପ୍ରକାଶ ଯେ ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ସେ କହିଛନ୍ତି। ରାଜ୍ୟବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିକଟରେ ଏହି ଦାବି କରାଯାଇଥିବା ସେ କହିଛନ୍ତି।