ପୁଲିସ ଡିଜି ୱାଇ ବି ଖୁରାନିଆ ରଥଯାତ୍ରା ସୁରକ୍ଷା ନେଇ ପୁରୀରେ

ପୁଲିସ ଡିଜି ୱାଇ ବି ଖୁରାନିଆ ରଥଯାତ୍ରା ସୁରକ୍ଷା ନେଇ  ପୁରୀରେ

 ରଥଯାତ୍ରା ପାଇଁ ପ୍ରସ୍ତୁତି,ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା। ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିରର ଉଭୟ ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ।

 ତାଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଆଇଜି ସିଆର୍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର , ଡିଆଇଜି ବି ଗଙ୍ଗାଧର ଓ ଏସପି ବିନତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ସମିକ୍ଷା । ଏହାପରେ ପୁଲିସ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ହେବ ବୈଠକ । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିବ । ଏହାସହିତ ରଥଯାତ୍ରା ପାଇଁ ପୁଲିସ ରୁଟ ପ୍ଲାନ୍ ପ୍ରସ୍ତୁତ ହେବ । ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥାର ହେବ ପ୍ଲାନ୍ ପ୍ରସ୍ତୁତ ।