ପଲିଥିନ କଟକଣା ପାଲଟିଛି ପ୍ରହସନ

 ନିଆଳି : ଦୀର୍ଘ ବର୍ଷ ହେବ ବ୍ୟବହୃତ ପଲିଥିନକୁ ନିଷେଦ୍ଧ କରାଯାଇଛି । ହେଲେ କଟକଣା ଏକ ପ୍ରକାର ପ୍ରହସନ ପାଲଟିଛି । ନିଆଳି ବଜାରରେ ଥିବା ୫ ଶହରୁ ଊଦ୍ଧ୍ୱର୍ ଦୋକାନରେ ନିୟମ କରାଯାଇଥିବା ସମୟରେ ପ୍ରଥମେ ପ୍ରଥମେ ଚଢାଉ ଯୋଗୁ ପଲିଥିନ ବ୍ୟବହାର ଦେଖିବାକୁ ମିଳୁ ନଥିଲା । ଏବେ ଧିରେ ଧିରେ କାୟା ବିସ୍ତାର କରିବାକୁ ଲାଗିଲାଣି । ବ୍ୟବହୃତ ପଲିଥିନ ସମେତ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ନବାତ ଦୂରର କଥା ଗରମ ବା ରନ୍ଧାଖାଦ୍ୟକୁ ନେବାକୁ ପଛାଉ ନାହାନ୍ତି । ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଠାରୁ ବ୍ୟବହୃତ ପଲିଥିନ୍ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଓଡିଶା ସିମିତ ସାରା ଦେଶରେ ଆହ୍ୱାନ ଦିଆଯାଇଛି । ପରେ ଓଡିଶା ସିମିତ ବିଭିନ୍ନ ରାଜ୍ୟରେ ସରକାରୀ କଳ ତତ୍ପର ହୋଇ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠା ଉପରେ ଚଢ଼ଉ କରିବାକୁ ଦାବି ହେଉଛି । ଫଳରେ କଟକ ଜିଲ୍ଲାରେ ନିଆଳି ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ପଲିଥିନ୍ ବିକି୍ର ଓ ବ୍ୟବହୃତ ହୋଇଥିଲେ ମଧ୍ୟ ଚଢାଉ କରାଯାଉ ନାହିଁ । ଧିରେ ଧିରେ ବ୍ୟବସାୟୀ ଓ ଗ୍ରାହକମାନେ ପଲିଥିନ୍ ବ୍ୟବହାର କରିବା ଆରମ୍ଭ କରିଦେଲେଣି । ବିଭିନ୍ନ କମ୍ପାନୀ, ଦୋକାନ ବ୍ୟବହାର କରୁଥିବା ପଲିଥିନକୁ ନିଆଳି ଅଞ୍ଚଳରେ କାୟା ବିସ୍ତାର କରିବାକୁ ଲାଗିଛି । ନିୟମ ଲାଗୁ ହେବା ପରେ ସରକାରୀ କଳ ପଲିଥିନ୍ କଟକଣାକୁ ଯେଉଁଭଳି କଡାକଡି ଭାବରେ କଟକଣା ପାଳନ କରୁଥିଲେ ତାହା ଆଉ ଦେଖିବାକୁ ମିଳୁନାହିଁ । ହାତ ଗଣତି କେତେକ ବ୍ୟବସାୟୀ ଉପରେ ଚଢାଉ କରି ନିଜ ମୁଣ୍ଡରୁ ଦୋଷ ତୁଟାଇ ବସିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।