ଜମି ଜବର ଦଖଲକାରୀଙ୍କୁ ମନ୍ତ୍ରୀଙ୍କ କଡା ଚେତାବନୀ
ଭୁବନେଶ୍ୱର : ସରକାରୀ ଜମି ଜବର ଦଖଲ କାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡା ଚେତାବନୀ । ରାଜ୍ୟରେ ବହୁ ସରକାରୀ ଜମି ଗୁଡିକୁ ରାଜ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବର ଦଖଲ କରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଭାବଶାଳୀ ସରକାରୀ ଜମି ଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସମୟ ଅଛି ଜମି ଫେରାଇ ଦିଅ, ନ ହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ମଧ୍ୟ ତମଠାରୁ ଆଦାୟ କରାଯିବ । ଦଖଲକାରୀଙ୍କ ଡାଟାବେସ୍ ପ୍ରସ୍ତୁତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆବଶ୍ୟକତା ପାଇଁ କୌଣସି ଭୂମିହୀନ ଗରିବ ଲୋକ ସରକାରୀ ଜମି ଜବରଦଖଲ କରିଥିବେ ସେମାନଙ୍କୁ ସରକାରଙ୍କ ତରଫରୁ ୪ ଡିସିମିଲ୍ ଜମି ପ୍ରଦାନ କରାଯିବ ।