ରାଧାକୃଷ୍ଣଙ୍କୁ ଆଳତି ଅର୍ପଣ
ବଲାଙ୍ଗିର: ସର୍ବ ପୁରାତନ ରାଧାରାଣୀ ପଦା ରାଧାକୃଷ୍ଣ ମନ୍ଦିର ଠାରେ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ଠାରେ ଲେକ୍ଷେ ଆଳତୀ ଅର୍ପଣ କରାଯାଇଛି । କାର୍ତ୍ତିକ ମାସ ଧାର୍ମିକ ମାସ ରେ ପ୍ରଭୁଙ୍କ ପୂଜା ଅର୍ଚ୍ଚନା ସହିତ ଅନି ଚତୁର୍ଦ୍ଦଶୀ ଲଗ୍ନରେ ଲକ୍ଷେ ଆଳତି ପରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ତୁଳସି ଅର୍ପଣ କରାଯାଇଥିଲା । ସପ୍ତାହ ବ୍ୟାପୀ ଚାଲିଥିବା ଭାଗବତ ପୁରାଣ ପାଠ ବ୍ୟାସ ଲିପକ ମିଶ୍ର ଗତ କାଲି ତ୍ରୟୋଦଶୀରେ ବଢାଇଥିଲେ । ଆଜି ମୁଖ୍ୟ କର୍ତ୍ତା ଓ ପ୍ରତିଦିନ ବସିଥିବା କର୍ତ୍ତା ଯୋଡ଼ି ଉପସ୍ଥିତିରେ ହୋମ ଗୀତା ଯଜ୍ଞ କରାଗଲା, ଗୀତା ପାଠ ପରେ ସନ୍ଧ୍ୟାରେ ଆଳତି ସହିତ ଚତୁର୍ଦ୍ଦଶୀ ଓ ଭାଦବତ ପାରାୟଣର ପୂର୍ଣ୍ଣାହୁତି ହୋଇଥିଲ । ପ୍ରତିଦିନ ମନ୍ଦିର ବାହରେ ମଧ୍ୟାହ୍ନରେ ୨୦୦ ଜଣଙ୍କ ପ୍ରାସାଦ ବ୍ୟବସ୍ଥା ସହିତ ପୁରାଣ ପାଠରେ ଯୋଗଦେଇଥିବା ଭକ୍ତମାନଙ୍କୁ ପ୍ରତ୍ୟହ ସେସରେ ପ୍ରାସାଦ ବ୍ୟବସ୍ଥା ଥିଲା । ପୂଜା ଓ ଅନ୍ୟ ବିଧି କାର୍ଯ୍ୟ ମନ୍ଦିର ପୂଜକ ଗୋକୁଳାନନ୍ଦ ମିଶ୍ର ଅନ୍ୟ ପଣ୍ଡିତ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମକୁ ତୁଲାଇଥିଲେ ।