ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟର ସାରସ୍ୱତ ସମାରୋହ
ପୁରୀ: ପବିତ୍ର ରାଧାଷ୍ଟମୀ ଅବସରରେ ଅନ୍ନପୂର୍ଣ୍ଣା ରଂଗମଞ୍ଚରେ ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟର ୩୬ତମ ବାର୍ଷିକ ଉସôବ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ରାଜ୍ୟସ୍ତରୀୟ କବି ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନ୍ନପୂର୍ଣ୍ଣା ରଂଗମଞ୍ଚରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ପୂର୍ବତନ କେନ୍ଦ୍ର ଇସ୍ପାତମନ୍ତ୍ରୀ ବ୍ରଜକିଶୋର ତି୍ରପାଠୀ । ଅନୁଷ୍ଠାନର ସଭାପତି ସଦାଶିକ ମିଶ୍ର ଉସôବରେ ଅଧ୍ୟକ୍ଷତା କରିଥିଲେ । ଉସôବରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓ ଅନ୍ୟାନ୍ୟ ଗ୍ରନ୍ଥ ଓଡ଼ିଆ ଅସ୍ମିତାର ଅନନ୍ୟ ଗ୍ରନ୍ଥ ବୋଲି ମତବ୍ୟକ୍ତ କରିବା ସହ କହିଥିଲେ ଯେ, ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର, ସାଧନା ପୀଠ ବଡ଼ଓଡ଼ିଆ ମଠ ଓ ସମାଧୀ ପୀଠ ସାତଲହଡି ମଠ ଓଡ଼ିଆ ଜାତି ପାଇଁ ମହାନ ପୂଣ୍ୟସ୍ଥଳ । ସେ ସବୁର ଯଥାର୍ଥ ବିକାଶ ଏପର୍ଯ୍ୟନ୍ତ ହୋଇପାରିନାହିଁ । ସରକାର ଏ ଦିଗରେ ଅବହେଳା ନକରି ଏସବୁ ପୀଠର ସର୍ବାଙ୍ଗୀନ ବିକାଶ ଦିଗରେ ବିହିତ ପଦକ୍ଷେପ ନେବା ଏକାନ୍ତ ଜରୁରୀ । ଓଡ଼ିଆ ସାହିତ୍ୟ ଏକାଡ଼େମୀର ସାଭାଗିତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହର ପ୍ରଥମ ଅଧିବେଶନ କବିତା ପାଠ ଓ ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିବେିଶିଷ୍ଟ ସାହିତି୍ୟକ ବିଜୟଲକ୍ଷ୍ମୀ ଦାସ । ଓଡ଼ିଆ ସାହିତ୍ୟରେ ରାଧା ତତ୍ତ୍ୱ ସମ୍ପର୍କରେ ଅଧ୍ୟାପକ ଅଶୋକ ମିଶ୍ର ଓ ବିଜୟଲକ୍ଷ୍ମୀ ସାହୁ ଆଲୋଚନା କରିଥିଲେ । କବିତା ପାଠୋସôବରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ଉପସଭାପତି ଅନାମ ଚନ୍ଦ୍ର ସାହୁ । ଅନ୍ନପୂର୍ଣ୍ଣା ଦେବୀ, ଅଧ୍ୟାପକ ଭାରତୀ ଭୂଷଣ ଦାସ, ମନୋରମା ଆଚାର୍ଯ୍ୟ ଓ କମଳ କୁମାର ଦାସ କବିତା ପାଠୋସôବର ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନ ତଥା ସମ୍ମାନ ପ୍ରଦାନ ସମାରୋହକୁ ଉଦ୍ଘାଟନ କରିଥିଲେ ବଡ଼ଓଡ଼ିଆ ମଠର ମହନ୍ତ ଅଧିକାରୀ ବଂଶିଧର ଦାସ । ଅବସରପ୍ରାପ୍ତ ପ୍ରଶାସକ ଅମରନାଥ ମିଶ୍ର, ଶ୍ରୀମନ୍ଦିର ସେବାୟତ ଭଗବାନ ସୁଆର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।