ଯାଜପୁର ଆରୁହା ଖଣି ଖାଦାନରେ ବଡ଼ ଧରଣର ରେଡ୍
ଯାଜପୁର : ଯାଜପୁର ଆରୁହା ପାହାଡ଼ସ୍ଥିତ ଖଣି ଖାଦାନରେ ମଙ୍ଗଳବାର ଏକ ବଡ଼ ଧରଣର ରେଡ୍ ହୋଇଛି। ବେଆଇନ ଖଣି ଖନନ ଅଭିଯୋଗରେ ଖଣି ବିଭାଗର ଅଧିକାରୀମାନେ ଏହି ରେଡ୍ କରିଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଖଣି ଖାଦାନରୁ ୭ଟି ଜେସିବି ମେଶିନ୍, ୬ଟି କମ୍ପ୍ରେସର ଏବଂ ୨ଟି ହାଇୱା ଜବତ କରିଥିବା ସୂଚନା ମିଳିଛି। ଚଢାଉ ଜାରି ରହିଥିବା ବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଯାଜପୁରରେ ରାଜନୀତିରେ ମଧ୍ୟ ଉଷ୍ମତା ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ଚୋର ଧରିଛି।ସୂଚନା ଯୋଗ୍ୟ, ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍ଫେର୍ ଘଟଣାରେ ମଙ୍ଗଳବାର ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ଏବଂ ଏସ୍ଟିଏଫ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି।