ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ନାଁରେ ଏତଲା
ସିଂହପୁର : ବିଜେପି ଯୁବ ମୋର୍ଚା ସଭାପତି ଅଭିଳାଶ ପଣ୍ଡାଙ୍କ ନାମରେ ବିଞ୍ଝାରପୁର ଥାନାରେ ଏତଲା ଦେଇଛି କଂଗ୍ରେସ । ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାସ ପଣ୍ଡା କଂଗ୍ରେସ ଦଳକୁ ବଳାକôାରୀ ଓ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଦେଶଦ୍ରୋହୀ କହିଥିଲେ । ଯାହାକୁ ନେଇ କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଆଇସିସି ସଭ୍ୟ ପଦ୍ମାକାର ଗୁରୁଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଅଭିଳାସଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପଦ୍ମାକରଙ୍କ ସମେତ କଂଗ୍ରେସ କର୍ମୀ ପ୍ରକାଶ ଦାସ, ସରୋଜ ନାୟକ, ସେକ ଆବୁବାକର ଖାନ, ବିଜୟ ଦାସ, ପୁର୍ଣଚନ୍ଦ୍ର ଯେନା, ମିଥୁନ ମଲ୍ଲିକ ପ୍ରମୁଖ ଯୁବ ମୋର୍ଚ୍ଚା ସଭାପତିଙ୍କ ଗିରଫ ଦାବି କରିଥିଲେ ।