କ୍ଲବ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
କବାଟବନ୍ଧ: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଇପୁର ପଞ୍ଚାୟତ ଦଇପୁର ଧବଳେଶ୍ୱର ୟୁଥ୍ କ୍ଲବ୍ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଯୁବ ଉଦ୍ୟୋଗୀ ମୀନକେତନ ସ୍ୱାଇଁଙ୍କ ତତ୍ୱାବଧାନରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଗ୍ରାମର ପ୍ରକୃତି ପ୍ରେମୀ ରସାନନ୍ଦ ଖଟୁଆ, ସମାଜସେବୀ ନିଷ୍କାନ୍ତ ଖଟୁଆ, ନାରାୟଣ ମହାନ୍ତି, ଅର୍ଜୁନ ସାହୁ, ସୁରେନ୍ଦ୍ର ବସ୍ତିଆ, ସନାତନ ଖଟୁଆ, ହେମନ୍ତ ମହାନ୍ତି, ପ୍ରଭାତ ରାଉତ, ସମ୍ବୁନାଥ ପଡିହାରୀ ଓ ଧନେଶ୍ୱର ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ ।