ପୁରୀରେ ଶତାଧିକ ‘ଟ୍ରାଭେଲ୍‌ ଏଜେନ୍‌ସି’ ଉପରେ ଚଢ଼ଉ

 ବିଶ୍ୱ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ନଗରୀ ପୁରୀକୁ ଦେଶ ବିଦେଶରୁ ଆସୁଥିବା ଭକ୍ତ ପର୍ଯ୍ୟଟକମାନେ ଟୁର୍‌ ଅପରେଟରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଏପରିକି ଅନେକ ଟୁର୍‌ ଅପରେଟରଙ୍କ ସ୍ଥାୟୀ କାର୍ଯ୍ୟାଳୟ ନଥିବା ବେଳେ ସେମାନେ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଗୋଟିଏ ଲେଖାଏଁ କ୍ୟାବିନ୍‌ ପକାଇ ପର୍ଯ୍ୟଟକମାନଙ୍କୁ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଶୋଇ ରହିଥିବା ପୁରୀ ପୁଲିସର ଆଜି ନିଦ ଭାଙ୍ଗିଛି । ଆଜି ପୂର୍ବାହ୍ନରେ ପୁରୀ ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ ହେବା ପରେ ପୁଲିସ ଅଧିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପରିଚାଳନାରେ ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ୮ ଜଣ ଇନ୍ସପେକ୍ଟର, ୨୦ ଜଣ ଅଫିସର ଓ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ପୁରୀ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଟ୍ରାଭେଲ୍‌ ଏଜେନ୍ସିର ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରିଥିଲେ।

ପୁରୀ ସହରରେ ପ୍ରଥମ ଥର ପାଇଁ ଶତାଧିକ ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରି ପୁଲିସ ପ୍ରାୟ ୬୩ରୁ ଅଧିକ ଟ୍ରାଭେଲ୍‌ସ ବ୍ୟବସାୟ କରୁଥିବା ମାଲିକ ଓ କର୍ମଚାରୀମାନଙ୍କୁ ଉଠାଇ ନେଇଥିଲା । ଟାଉନ ଥାନା ୭ ଜଣଙ୍କୁ, କୁମ୍ଭାରପଡ଼ା ଥାନା ୯ ଜଣଙ୍କୁ, ସମୁଦ୍ରକୂଳ ଥାନା ୩୧ ଜଣ ଓ ବଳିଆପଣ୍ଡା ଥାନା ପୁଲିସ ୧୬ ଜଣ ଟୁର୍‌ ଅପରେଟରଙ୍କୁ ଅଟକ ରଖି ସେମାନଙ୍କ କାଗଜପତ୍ର ଯାଞ୍ଚ କରିଥିଲା । ବିଶେଷ କରି ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମତିପତ୍ର, ପୌରସଂସ୍ଥାର ଟ୍ରେଡ୍‌ ଲାଇସେନ୍ସ, ଜିଏସ୍‌ଟି ରେଜିଷ୍ଟ୍ରେସନ ଓ ପର୍ଯ୍ୟଟନ ବିଭାଗର ଲାଇସେନ୍ସ ରେଜିଷ୍ଟ୍ରେସନ ଆଦି କାଗଜପତ୍ର ସମସ୍ତ ଟୁର୍‌ ଅପରେଟରଙ୍କ ଯାଞ୍ଚ କରାଯାଇଥିଲା । ଅଧିକାଂଶ ବ୍ୟବସାୟୀ ଓ କର୍ମଚାରୀଙ୍କଠାରୁ ସେମାନଙ୍କ ଏଜେନ୍ସିର ଆବଶ୍ୟକୀୟ କାଗଜପତ୍ର ମିଳିନଥିଲା । ବିନା କାଗଜପତ୍ରରେ ପୁରୀରେ ଛତୁ ଫୁଟିବା ଭଳି ଟ୍ରାଭେଲ୍‌ ଏଜେନ୍ସି ଖୋଲି ବ୍ୟବସାୟୀମାନେ ପର୍ଯ୍ୟଟକମାନଙ୍କୁ ଶୋଷଣ କରୁଥିବାର ପ୍ରମାଣ ମିଳିଛି । ଅଧିକାଂଶ ଟୁର୍‌ ଅପରେଟରଙ୍କ କୌଣସି ଗାଡ଼ି ନଥିବା ବେଳେ ରେଜିଷ୍ଟ୍ରେସନ ନାହିଁ କି ଟ୍ରେଡ୍‌ ଲାଇସେନ୍ସ ନାହିଁ ।  ବିଶ୍ୱ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ନଗରୀ ପୁରୀକୁ ଦେଶ ବିଦେଶରୁ ଆସୁଥିବା ଭକ୍ତ ପର୍ଯ୍ୟଟକମାନେ ଟୁର୍‌ ଅପରେଟରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଏପରିକି ଅନେକ ଟୁର୍‌ ଅପରେଟରଙ୍କ ସ୍ଥାୟୀ କାର୍ଯ୍ୟାଳୟ ନଥିବା ବେଳେ ସେମାନେ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଗୋଟିଏ ଲେଖାଏଁ କ୍ୟାବିନ୍‌ ପକାଇ ପର୍ଯ୍ୟଟକମାନଙ୍କୁ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଶୋଇ ରହିଥିବା ପୁରୀ ପୁଲିସର ଆଜି ନିଦ ଭାଙ୍ଗିଛି । ଆଜି ପୂର୍ବାହ୍ନରେ ପୁରୀ ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ ହେବା ପରେ ପୁଲିସ ଅଧିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ପରିଚାଳନାରେ ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ୮ ଜଣ ଇନ୍ସପେକ୍ଟର, ୨୦ ଜଣ ଅଫିସର ଓ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ପୁରୀ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସମସ୍ତ ଟ୍ରାଭେଲ୍‌ ଏଜେନ୍ସିର ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରିଥିଲେ।

ପୁରୀ ସହରରେ ପ୍ରଥମ ଥର ପାଇଁ ଶତାଧିକ ବୁକିଂ କାଉଣ୍ଟର୍‌ରେ ଚଢ଼ଉ କରି ପୁଲିସ ପ୍ରାୟ ୬୩ରୁ ଅଧିକ ଟ୍ରାଭେଲ୍‌ସ ବ୍ୟବସାୟ କରୁଥିବା ମାଲିକ ଓ କର୍ମଚାରୀମାନଙ୍କୁ ଉଠାଇ ନେଇଥିଲା । ଟାଉନ ଥାନା ୭ ଜଣଙ୍କୁ, କୁମ୍ଭାରପଡ଼ା ଥାନା ୯ ଜଣଙ୍କୁ, ସମୁଦ୍ରକୂଳ ଥାନା ୩୧ ଜଣ ଓ ବଳିଆପଣ୍ଡା ଥାନା ପୁଲିସ ୧୬ ଜଣ ଟୁର୍‌ ଅପରେଟରଙ୍କୁ ଅଟକ ରଖି ସେମାନଙ୍କ କାଗଜପତ୍ର ଯାଞ୍ଚ କରିଥିଲା । ବିଶେଷ କରି ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମତିପତ୍ର, ପୌରସଂସ୍ଥାର ଟ୍ରେଡ୍‌ ଲାଇସେନ୍ସ, ଜିଏସ୍‌ଟି ରେଜିଷ୍ଟ୍ରେସନ ଓ ପର୍ଯ୍ୟଟନ ବିଭାଗର ଲାଇସେନ୍ସ ରେଜିଷ୍ଟ୍ରେସନ ଆଦି କାଗଜପତ୍ର ସମସ୍ତ ଟୁର୍‌ ଅପରେଟରଙ୍କ ଯାଞ୍ଚ କରାଯାଇଥିଲା । ଅଧିକାଂଶ ବ୍ୟବସାୟୀ ଓ କର୍ମଚାରୀଙ୍କଠାରୁ ସେମାନଙ୍କ ଏଜେନ୍ସିର ଆବଶ୍ୟକୀୟ କାଗଜପତ୍ର ମିଳିନଥିଲା । ବିନା କାଗଜପତ୍ରରେ ପୁରୀରେ ଛତୁ ଫୁଟିବା ଭଳି ଟ୍ରାଭେଲ୍‌ ଏଜେନ୍ସି ଖୋଲି ବ୍ୟବସାୟୀମାନେ ପର୍ଯ୍ୟଟକମାନଙ୍କୁ ଶୋଷଣ କରୁଥିବାର ପ୍ରମାଣ ମିଳିଛି । ଅଧିକାଂଶ ଟୁର୍‌ ଅପରେଟରଙ୍କ କୌଣସି ଗାଡ଼ି ନଥିବା ବେଳେ ରେଜିଷ୍ଟ୍ରେସନ ନାହିଁ କି ଟ୍ରେଡ୍‌ ଲାଇସେନ୍ସ ନାହିଁ ।