ସୁଦାନରେ ଗୃହ ଯୁଦ୍ଧ : ୫୪ ଜଣ ମୃତ

ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ନାମ ନେଉନାହିଁ ।  ସେଠାରେ ଉନ୍ନତି ଆଣିବା ପରିବର୍ତ୍ତେ ଅବସ୍ଥା ଖରାପ ହେବାରେ ଲାଗିଛି। ସୁଦାନରେ ପୁଣି ଏକ ହିଂସା ଘଟଣାରେ ପ୍ରାୟ 54 ଜଣ ଲୋକଙ୍କର ମୃତ୍ୟୁ ଘଟିଛି  ।  କେବଳ ସେତିକି ନୁହେଁ 158 ଜଣ ଆହତ ହୋଇଛନ୍ତି  ।  ସୁଦାନର ରାପିଡ ସପୋର୍ଟ ଫୋର୍ସ ନାମକ ଏକ ଶକ୍ତିଶାଳୀ ପାରାମିଲିଟାରୀ ଗୋଷ୍ଠୀ ଓ ଦେଶର ସେନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି  । ସୁଦାନର ଅମଦୁରମାନରେ ଗତକାଲି ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟି ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ 2023ରୁ ଦେଶରେ ଦେଖାଦେଇଛି ଦୁଇ ପକ୍ଷ ମଧ୍ୟ ଗୃହଯୁଦ୍ଧ ପରିସ୍ଥିତି । ଯାହା ମଝିରେ ମଝିରେ ଏଭଳି ଉଗ୍ର ରୂପ ନେଉଛି । ତେବେ ଏଯାବତ ଏହି ସଂଘର୍ଷରେ ପ୍ରାୟ 28 ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।