ଫେଙ୍ଗାଲ ପ୍ରଭାବରେ ପାଗ ପରିବର୍ତ୍ତନ: ରାଜଧାନୀରେ ହାଲୁକା ବର୍ଷା
ବାତ୍ୟା ଫେଙ୍ଗାଲ ପ୍ରଭାବରେ ପାଗରେ ପରିବର୍ତ୍ତନ । ସକାଳୁ ରାଜଧାନୀରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା । ବର୍ଷା ଛାଡିଲେ ବଢ଼ିପାରେ ଶୀତ ପରିମାଣ । ଗତ ଦୁଇ ଦିନ ହେଲା ରାଜ୍ୟରେ ଏକାଧିକ ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଥିଲା । ସ୍ଥାନେସ୍ଥାନେ ହାଲୁକା ବର୍ଷା ମଧ୍ୟ ରେକର୍ଡ ହୋଇଛି । ତାମିଲାନାଡ଼ୁରେ ଫେଙ୍ଗାଲ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ ରାଜଧାନୀ ସମେତ ରାଜ୍ୟ ଅନ୍ୟାନ ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି । ସେପଟେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡ଼ୁରେ ତାଣ୍ଡବ ରଚିଛି ଫେଙ୍ଗାଲ ।