ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ଗୃହରେ ପ୍ରଶ୍ନ ଉଠିଲା !

ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ଗୃହରେ ପ୍ରଶ୍ନ କଲେ ବିଧାୟକ ରମେଶ ବେହେରା । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ‘ନିର୍ବାଚନ ଯୋଗୁଁ ଖର୍ଚ୍ଚ ହୋଇ ପାରିଲା ନାହିଁ । ନିର୍ବାଚନ ମେନିଫେଷ୍ଟୋ ପ୍ରତିଶ୍ରୁତି ମୁତାବକ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।’ ସେପଟେ ଏହାକୁ ଆପତ୍ତି ଉଠାଇଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ସେ କହିଛନ୍ତି, ‘ନିର୍ବାଚନ ପରେ ନୂଆ ସରକାର ବଜେଟ ଆଣିଲେ । ଯଦି ଏବେ ଖର୍ଚ୍ଚ କରି ପାରିଲେ ନାହିଁ, ମାର୍ଚ୍ଚ ସୁଦ୍ଧା କଣ ଖର୍ଚ୍ଚ କରିବେ । କେବଳ ଓଡ଼ିଆ ଅସ୍ମିତା କହିଲେ ହେବନି ।’ ଏହାପରେ ଆଇନ ମନ୍ତ୍ରୀ ଉତ୍ତରରେ କହିଲେ ଯେଉଁଭଳି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି ଆମେ ଆଶାବାଦୀ ୧୦୦ ପ୍ରତିଶତ ଆର୍ଥିକ ଅନୁଦାନ ଖର୍ଚ୍ଚ ହେବ ।