ମଣ୍ଡିରେ ଭିଜୁଛି ଚାଷୀର ଗଦା ଗଦା ଧାନବସ୍ତା: ଅଦିନିଆ ବର୍ଷା

ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଅମଳ ଧାନ। କେନ୍ଦ୍ରାପଡ଼ାର ବିଭିନ୍ନ ଧାନମଣ୍ଡି ଓ ମିଲରେ ରହିଥିବା ଧାନ ଓଦା ହୋଇଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ମଣ୍ଡିରେ ଗଛିତ ଥିବା ଧାନ ବସ୍ତାରୁ ପଲିଥିନ ଉଡ଼ିଯାଇଥିଲା । ଅନେକ ସ୍ଥାନରେ ଧାନରେ ପାଣି ପଶିଯାଇଛି । ଧାନ ରଖାଯାଇଥିବା ସ୍ଥାନରେ ପାଦେ ପାଦେ ପାଣି ଜମି ରହିଛି । ଅଧିକ ବର୍ଷାରେ ହେଲେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ଖୋର୍ଦ୍ଧାରେ ମଧ୍ୟ ବର୍ଷା ଯୋଗୁଁ ମଣ୍ଡି ଥିବା ଧାନ ବସ୍ତା ଓଦା ହୋଇଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।