ଗରମରୁ ମିଳିଲା ଆଶ୍ୱସ୍ତି କାଳବୈଶାଖୀ: ବର୍ଷା ଓ କୁଆପଥର ମାଡ଼
ବୁଗୁଡା : କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ହେତୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । କିନ୍ତୁ ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ହୋଇ ବୁଗୁଡା ଅଞ୍ଚଳବାସୀଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପକ୍ଷରେ ରବିବାର କାଳବୈଶାଖି ପ୍ରଭାବରେ ବର୍ଷା ଓ ପବନ ବହିବା ସାଙ୍ଗକୁ କୁଆପଥର ମାଡ ହୋଇଥିଲା ବେଳେ ଅପରାହ୍ନ ସମୟରେ ରାତି ଭଳି ଅନ୍ଧକାର ହୋଇଯାଇଥିଲା । ପ୍ରବଳ ବେଗରେ ପବନ ବହିବା ଯୋଗୁଁ ରାସ୍ତା କଡରେ ଅନେକ ଗଛର ଶାଖାପ୍ରଶାଖା ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ବିଭିନ୍ନ ସ୍ଥାନରେ ବିଦୁ୍ୟତ୍ ତାର ଛିଣ୍ଡି ଯାଇଥିଲା । ବିଦୁ୍ୟତକାଟ ଯୋଗୁଁ ·ରିଆଡ଼େ ଘନ ଅନ୍ଧକାର ଘୋଟିଯାଇଥିଲା । ଏବେ ପବିତ୍ର ଦଣ୍ଡଯାତ୍ରା ·ଲିଥିବାରୁ ବୁଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଦଣ୍ଡୁଆମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।