ଡାବୁଗାଁ ଆସନ ଫେରି ପାଇବ କି କଂଗ୍ରେସ?

ଡାବୁଗାଁ ଆସନ ଫେରି ପାଇବ କି କଂଗ୍ରେସ?

ନବରଙ୍ଗପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଚଳ ଚଞ୍ଚଳ ହୋଇଛି ନିର୍ବାଚନ ମଣ୍ଡଳୀ । ବହୁ ଚର୍ଚ୍ଚିତ ଡାବୁ ଗାଁ ବିଧାନ ସଭା ଆସନ କଂଗ୍ରେସ ଦଳର ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ଥିଲା । ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏହି ଆସନ ଫଳ । ଫଳ ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଥାଏ । କାରଣ ଗତ ୨୦୦୯ ଓ୨୦୧୪ ନିର୍ବାଚନରେ ସାରା ଜିଲ୍ଲା ରେ କଂଗ୍ରେସ ମୂଳ ପୋଛ ହୋଇଥିବା ବେଳେ ଡାବୁଗାଁରେ ବିଜୟର ବାନା ଉଡ଼ା ଇବାରେ ସକ୍ଷମ ହୋଇଥିଲା । ଏହି ଆସନରୁ ୨୦୦୦, ୨୦୦୯ଓ ୧୪ରେ ବିଜୟ କରି କଂଗ୍ରେସ ପ୍ରାର୍ଥୀ ଭୁଜ ବଳ ମାଝୀ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୯ ନିର୍ବାଚନ ବିଜେଡ଼ି ପ୍ରାର୍ଥୀ ମୋତି ରାମ ନାୟକଙ୍କୁ ୭୩୭୪ ଓ ପୁନର୍ବାର ୨୦୧୪ରେ ୬୦୯୭ ଭୋଟ ରେ ବ୍ୟବଧାନ ରେ ପରାସ୍ତ କରି ଥିଲେ ଭୁଜ ବଳ । ତେବେ ୨୦୧୯ ନିର୍ବାଚନ ରେ ରଣନୀତି ପରିବର୍ତ୍ତନ କରି ପୁରୁଣା ପ୍ରାର୍ଥୀ ବଦଳରେ ଅଭିଜ୍ଞ ଧୁର ନ୍ଧର ମନୋହର ରନ୍ଧାରୀଙ୍କୁ ନବରଙ୍ଗ ପୁର ନିର୍ବାଚନ ମଇଦାନରୁ ଭୁଜବଳଙ୍କୁ ପ୍ରତିହତ କରିବା ପାଇଁ ଡ଼ାବୁଗାଁକୁ ପଠେଇଥିଲେ । ତାଙ୍କର ଅଭିଜ୍ଞ ରାଜ ନୀତି ଗୋଟି ଚାଲାଣରେ ଭୁଜବଳଙ୍କୁ ୭୩୬୩ ଭୋଟରେ ପରାସ୍ତ କରି କଂଗ୍ରେସର ଅଭେଦ୍ୟ ଦୁର୍ଗକୁ ଧୂଳି ସାତ କରି ବିଜୟର ମୁକୁଟ ପିନ୍ଧିଥିଲେ । ଅନ୍ୟ ପକ୍ଷରେ ଶ୍ରୀରନ୍ଧାରି ଙ୍କୁ ବିଜେଡି ପୁଣି ଥରେ ଭରସା କରି ଚଳିତ ନିର୍ବାଚନ ପ୍ରାର୍ଥୀ ଘୋଷଣା କରିଛି । ପାରମ୍ପରିକ ପ୍ରତି ଦ୍ୱନ୍ଦୀ  ଭୁଜବଳଙ୍କୁ ଏଥର ଲୋକ ସଭା ଆସନରେ ପ୍ରାର୍ଥୀ କରି ଥିବା ବେଳେ ତାଙ୍କର ଡାକ୍ତର ଝିଅ ଲିପିକା ମାଝୀଙ୍କୁ ସମର୍ପି ଦେଇଛି ଡ଼ାବୁଗାଁ  ଆସନ । ଡ଼ା,ଲିପିକା ବର୍ତ୍ତମାନ ପାପଡାହାଣ୍ଡି ଜିଲ୍ଲା ପରିଷଦ ଜୋନ୍ ୨ରୁ ଜିଲ୍ଲା ପରିଷଦ ସଭ୍ୟ । ଜଦି ବା ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ଜଦି ବା ବିଜେପି ର ସଂଗଠନ ସେତେ ମଜଭୁତ ନାହିଁ ସାଧାରଣତଃ କଂଗ୍ରେ  ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଉଭୟ ଦଳର ପ୍ରାର୍ଥୀ ଏଥର କର ବା ମର ସ୍ଥିତିରେ ଲଢେଇ କରିବାକୁ ଥିବା ବେଳେ ଫଳାଫଳ କାହା ସପକ୍ଷରେ ଯିବ ତାହା ଦେଖିବାକୁ ବାକି ରହିଲା ।