୪ ଜିଲ୍ଲାରେ ଉତ୍କଟ ସ୍ଥିତି, ୨୧ ଜିଲ୍ଲାରେ କମ୍ ବର୍ଷା
ରାଜ୍ୟକୁ ମୌସୁମୀ ମଧ୍ୟ ଆସି ସାରିଛି, କିନ୍ତୁ ବର୍ଷା ନାହିଁ। ରାଜ୍ୟରେ ଏହି ମାସରେ ନିଅଣ୍ଟିଆ ବର୍ଷା ଯୋଗୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଉ ଏହା ସ୍ୱାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍।
ନିଅଣ୍ଟିଆ ବର୍ଷା ଯୋଗୁ ୪ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ୬୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ପୁରୀ,ବଲାଙ୍ଗିର,ବାଲେଶ୍ୱର ଓ ମୟୂରଭଞ୍ଜ। ପୁରୀରେ ସର୍ବାଧିକ ସ୍ୱାଭାବିକ ଠାରୁ ୭୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୬୯, ବାଲେଶ୍ୱରରେ ୬୫ ଏବଂ ବଲାଙ୍ଗିରରେ ୬୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।