ଅକଳରେ ପିନାକୀ ମିଶ୍ର!

ଅକଳରେ ପିନାକୀ ମିଶ୍ର!

ଭୁବନେଶ୍ୱର :  ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟରେ ଦୁଇଟି ଅଭିଯୋଗ ଦାୟର ହୋଇଛି । ଅଭିଯୋଗ ସଂପୃକ୍ତ କର୍ତ୍ତୁପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସୂଚନା ରହିଛି । ଅଭିଯୋଗ ଗ୍ରହଣ ପରେ ତଦନ୍ତ ଆରମ୍ଭ ହୋିଥିବା ସୂଚନା ରହିଛି । ଆର୍ଥିକ ହେରଡେଫର, ମନି ଲଣ୍ଡରିଂ ଭଳି ଅଭିଯୋଗ ଆସିଛି । ଏହାଛଡା ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ମଧ୍ୟ ରହିଛି । ସନେ୍ଦହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା ଅଭିଯୋଗ ,ନୁ୍ୟକ୍ଲିୟର ବୁଡାଜାହାଜ, ମିଶାଇଲ୍ ସମ୍ପର୍କିତ ତଥ୍ୟ ପଚାରିବା ଅଭିଯୋଗ ବି ଆସିଛି ।