କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରାଜା ସ୍ୱାଇଁ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶୁକ୍ରବାର ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶପଥ ନେଇଛନ୍ତି। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ। ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇଥିବାରୁସେ ତାଙ୍କର ଶପଥ ପାଠରେ କହିଛନ୍ତି ଧନ୍ୟବାଦ ଜଣାଉଛି।