୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ବାରଙ୍ଗ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଗୁରୁତର ନାବାଳିକାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି। ଏନେଇ ବାରଙ୍ଗ ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି।  ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ବାପାମା’ କାମ କରୁଥିଲେ। ସେହିଠାରେ ହିଁ ରହୁଥିଲେ।ନା ବାଳିକା ମଧ୍ୟ ସେଠାରେ ରହୁଥିଲେ।  ସେହି ଇଟା ଭାଟିରେ ଝାରଖଣ୍ଡର ଜଣେ ଯୁବକ କାମ କରୁଥିଲେ। ସେ ମଧ୍ୟ ସେଠାରେ ରହୁଥିଲେ। ସଂପୃକ୍ତ ଯୁବକ ଜଣକ ଗତକାଲି ନାଳବିକାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି।ଘଟଣା ପରେ ଅଭିଯୁକ୍ତ ଯୁବକ ଜଣଙ୍କ ଫେରାର ହୋଇଯାଇଛି। ପୁଲିସ ସଂପୃକ୍ତ ଯୁବକକୁ ଧରିବାକୁ ଛାନଭିନ୍‌ ଆରମ୍ଭ କରିଛି।  ନାବାଳିକାଙ୍କ ଘର ନାୟଗଡ଼ ଅଞ୍ଚଳରେ ବୋଲି ଜଣାଯାଇଛି।