ଆଇଏଏସ୍ସ୍ତରରେ ଛୋଟ ଅଦଳବଦଳ
ଭୁବନେଶ୍ୱର : ଆଇଏଏସସ୍ତରରେ ଆଜି ରାଜ୍ୟ ସରକାର ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବାର ନିର୍ଦ୍ଦେଶକ କରାଯାଇଛି । ସେ ଓମ୍ଫେଡ୍ର ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଆୟୁଷର ନିର୍ଦ୍ଦେଶକ ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ଭ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ୨୦୧୫ ବ୍ୟାଚର ଆଇଏଏଏସ୍ ଅଫିସର ଅଞ୍ଜନା ପଣ୍ଡାଙ୍କୁ ଆୟୁଷର ନିର୍ଦ୍ଦେଶିକା ଭାବେ ନିଯୁକ୍ତ ଦିଆଯାଇଛି । ସେ ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅବକାରୀ କମିଶନର ଥିବା ୨୦୧୭ ବ୍ୟାଚ ଆଇଏଏସ୍ ପି. ଅନ୍ୱେଷା ରେଡ୍ଡୀଙ୍କୁ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ର୍ଟ୍ରେସନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।