କେତେବେଳେ ଦୁର୍ବଳ ହୋଇଥାଏ ସମ୍ପର୍କ ଡେ଼ାରି ?

କେତେବେଳେ ଦୁର୍ବଳ ହୋଇଥାଏ  ସମ୍ପର୍କ ଡେ଼ାରି ?

ନୀରବତା ଓ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ। ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଆଉ ଯେବେ ଏଇ ତିନୋଟି ଯାକ ମିଶିଯାଏ ସେବେ ମଣିଷକୁ ସମ୍ମାନ ମିଳିଥାଏ।ସମ୍ପର୍କର ଡୋରି ସେବେ ଦୁର୍ବଳ ହୋଇଯାଇଥାଏ, ଯେବେ ଲୋକେ ନିଜ ଲୋକଙ୍କୁ ପର ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଯାନ୍ତି।

ସମ୍ମାନ ଏମିତି ଏକ ନିବେଶ ଅଟେ, ଯାହାକି ଆମେ ଯେତେ ଅଧିକ ଅନ୍ୟକୁ ଦେଇଥାଉ ତାହା ସେତେ ଅଧିକ ସୁଧ ସହିତ ଆମକୁ ମିଳିଥାଏ। ନିଜ ସୁଖ ପାଇଁ କରାଯାଇଥିବା କର୍ମ ସୀମିତ ସୁଖ ଦେଇଥାଏ, କିନ୍ତୁ ପରୋପକାର ପାଇଁ କରାଯାଇଥିବା କର୍ମ ନିତ୍ୟ ନୂତନ ଆନନ୍ଦ ଦେଇଥାଏ।

ନିଜ ଭିତରେ ଥିବା ଅହଂକାରକୁ ବାହାର କରିଦେଇ ନିଜକୁ ହାଲ୍‌କା କରିବା ଦରକାର। କାରଣ ଉପରକୁ ସେହିମାନେ ଉଠିଥାନ୍ତି, ଯେଉଁମାନେ ହାଲ୍‌କା ହୋଇଥାନ୍ତି। କୌଣସି ମନୁଷ୍ୟର ବର୍ତ୍ତମାନର ଅବସ୍ଥା ଦେଖି ତାହାର ଭବିଷ୍ୟତକୁ ଉପହାସ କରିବା ଠିକ୍‌ ନୁହେଁ କାହିଁକି ନା; ଭବିଷ୍ୟତର ଏପରି ଶକ୍ତି ରହିଛି, ସେ ଗୋଟିଏ କୋଇଲାକୁ ମଧ୍ୟ ସୁନାରେ ପରିଣତ କରିପାରିବ। ଦୀପ ମାଟିର ହେଉ କି ସୁନାର, ସେଇଟା ମହତ୍ତ୍ୱପୂର୍ଣ୍ଣ ନୁହେଁ; ଏହା କେତେ ପରିମାଣର ସ୍ଥାନକୁ ଆଲୋକିତ କରୁଛି ତାହା ମହତ୍ତ୍ୱପୂର୍ଣ୍ଣ। ସେହିପରି ମଣିଷ ଗରିବ ହେଉ କି ଧନୀ, ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ; ସୁନ୍ଦର ବ୍ୟବହାର ସବୁଠୁ ମହତ୍ତ୍ୱପୂର୍ଣ୍ଣ।