ମହାଶିବରାତ୍ରୀ: ଭୁଲରେ ବି ଏସବୁ ଜିନିଷ ମହାଦେବଙ୍କୁ ଅର୍ପଣ କରନ୍ତୁନି...

ମହାଶିବରାତ୍ରୀ:  ଭୁଲରେ ବି ଏସବୁ ଜିନିଷ ମହାଦେବଙ୍କୁ ଅର୍ପଣ କରନ୍ତୁନି...

 ରାତି ପାହିଲେ ଜାଗର । ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ସବୁ ଶୈବପୀଠ । ଜାଗର ଜାଳିବାକୁ ଅନେଇ ରହିଛନ୍ତି ଭକ୍ତ । ଉପବାସ ରହି କାଲି ଜାଗର କଲେ ଶିବଙ୍କ କୃପାଦୃଷ୍ଟି ପଡେ ବୋଲି ବିଶ୍ବାସ ରହିଛି । ଯାହାର ଭକ୍ତି ଯେତେ ନିଷ୍ଠା ତାର ପ୍ରାପ୍ତି ସେତେ ଶୀଘ୍ର... ତେଣୁ ତ କୁହାଯାଏ, କୋପେ ବର ନହେଲେ ତପେ ବର । ଶିବରାତ୍ରୀରେ ଦେବ ଦେବ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିବା ଏବଂ କ୍ଷୀର ଢାଳିବାର ପରମ୍ପରା ରହିଛି । ବେଲପତ୍ର ଚଢେଇବାର ବି ବିଦ୍ଧି ରହିଛି । ହେଲେ ଅନେକ ଜିନିଷ ରହିଛି ଯାହା ଲୋକେ ଅନେକ ସମୟରେ ଅଜାଣତରେ ମହାଦେବଙ୍କୁ ଅର୍ପଣ କରନ୍ତି । ଆସନ୍ତୁ ସେ ବିଷୟରେ ଜାଣିବା ଆଉ ଆସନ୍ତାକାଲି ମହାଶିବରାତ୍ରୀରେ ଏସବୁ ନକରିବା...

ଶିବରାତ୍ରୀରେ ଏସବୁ କରିବା ମନା...
-ଶିବଙ୍କୁ ସଂହାରକର୍ତ୍ତା ବୋଲି କୁହାଯାଏ, ତେଣୁ ଶିବଲିଙ୍ଗ ଉପରେ ସିନ୍ଦୂର, କୁକୁମ, ଫଗୁ ଅର୍ପଣ କରନ୍ତୁନି । 
-ଶାସ୍ତ୍ରରେ ଶିବଲିଙ୍ଗ ପୁରୁଷ ତତ୍ତ୍ବର ପ୍ରତୀକ ଅଟେ । ହଳଦୀର ସମ୍ପର୍କ ଏବଂ ହଳଦୀ ଦେବୀଙ୍କ କ୍ଷେତ୍ରରେ ବ୍ୟବହାର ହୁଏ ତେଣୁ ଶିବଶଙ୍କରଙ୍କ ଉପରେ ହଳଦୀ ଲଗାଇବା ମନା ।
-ଶିବପୂରାଣ ଅନୁସାରେ, ଶଙ୍କଚୂଡ ଜଣେ ମହାପରାକ୍ରମୀ ରାକ୍ଷସ ଥିଲା ଯାହାର ବଧ କରିଥିଲେ । ତେଣୁ ଶିବରାତ୍ରୀରେ ହେଉ କି ଅନ୍ୟ କୌଣସି ଦିନରେ ଶିବଲିଙ୍ଗରେ କେବେ ଶଙ୍ଖରେ ପାଣି ଚଢା ଯାଏନି ।
-କେତକୀ କିଆ ଫୁଲରେ କେବେ ମହାଦେବଙ୍କ ପୂଜା କରନ୍ତୁନି
-ତୁଳସୀ ବିଷ୍ଣୁଙ୍କର ପ୍ରିୟ ମାତ୍ର ମହାଦେବଙ୍କର ବେଲପତ୍ର । ତେଣୁ ଶିବଲିଙ୍ଗରେ ତୁଳସୀ ଚଢା ଯାଏନି

କାହିଁକି ମହାଦେବଙ୍କ ଲିଙ୍ଗରେ ତୁଳସୀ ଦିଆଯାଏନି ତାର ଏକ କାହାଣୀ ଅଛି, କାହାଣୀଟି ଏହିପରି...

ପୂର୍ବଜନ୍ମରେ ତୁଳସୀ ରାକ୍ଷସ କୂଳରେ ଜନ୍ମ ହୋଇଥିଲେ । ଯାହାଙ୍କ ନାମ ବୃନ୍ଦା ଥିଲା । ଯିଏ କି ବିଷ୍ଣୁଙ୍କ ପରମ ଭକ୍ତ ଥିଲେ । ସେହ ବୃନ୍ଦାର ବିହାର ରାକ୍ଷସ ରାଜା ଜଳନ୍ଧର ସହ ହୋଇଥିଲା । ଜଳନ୍ଧରର କୋପରୁ ଦେବତାଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶିବ ତାର ବଧ କରିଥିଲେ । ସ୍ବାମୀର ମୃତ୍ୟୁ ପରେ ମହାଦେବଙ୍କୁ ବୃନ୍ଦା ଅଭିଶାପ ଦେଇଥିଲେ । ଏହି କାରଣରୁ ମହାଦେବଙ୍କ ମଥାରେ ତୁଳସୀ ଲାଗେନି ।
ଭକ୍ତିରେ ଥାଏ ଶକ୍ତି । ବିଶ୍ବାସ ମୂଳେ ସବୁକିଛି । ଉପରୋକ୍ତ କଥା ଓ ତଥ୍ୟ ଶିବରାତ୍ରୀ ପାଇଁ ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ଏକ ରିପୋର୍ଟରୁ ସଂଗ୍ରହ ।