ଏ୧ରେ ୧୦ ଛାତ୍ରଛାତ୍ରୀ
ବେତନଟୀ : ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ବେତନଟୀ ବ୍ଲକ ଅନ୍ତର୍ଗତ ୩୬ ଟି ହାଇସ୍କୁଲ ଓ ଗୋଟିଏ ସଂସ୍କୃତ ଟୋଲ୍ ରୁ ମୋଟ ୧୦ ଜଣ ପିଲା ଏ୧ ଗ୍ରେଡ ପାଇଥିବା ଜଣାପଡିଛି । ବେତନଟୀ ବ୍ଲକ ଅଧୀନ ବାଲକା ହାଇସ୍କୁଲର ୪ ଜଣ, ରାଇକମା ସ୍ଥିତ ରଘୁନାଥ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟର ୩ ଜଣ, ବେତନଟୀ ଏମପିସି ହାଇସ୍କୁଲ ର ୨ ଜଣ , ଜନତା ସନ୍ତରା ହାଇସ୍କୁଲ ର ଜଣେ ଏ୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲକା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ମହାପାତ୍ର ସର୍ବୋଚ୍ଚ ୫୬୫ ନମ୍ବର ରଖି ବ୍ଲକ୍ ଟପ୍ପର ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବାଲକା ହାଇସ୍କୁଲର ସ୍ରିୟମ ସାହୁ ୫୬୦, ଏମ୍ପିସି ହାଇସ୍କୁଲର ଛାତ୍ର ଅଲିଭା ରାଉତ ୫୫୮, ବଳକା ର ଲିପ୍ସିତା ପରିଡ଼ା ୫୫୭, ରଘୁନାଥ ଉଚ୍ଚ ବିଦ୍ୟାଳୟ ରାଇକମାର ଲଲାଟେନ୍ଦୁ ମହାନ୍ତ ୫୫୬, ଓମ୍ ପ୍ରକାଶ ପୃଷ୍ଟି ୫୫୨, କ୍ରିସ ଗୁପ୍ତା ୫୪୯, ଅଙ୍କିତ ମିଶ୍ର ୫୪୮ ,ଜନତା ହାଇସ୍କୁଲ ସନ୍ତରାର ଛାତ୍ର ସୁଭମ ଓଝା ଓ ଏମ୍ ପି ସି ହାଇସ୍କୁଲର ଛାତ୍ର ଧନଞ୍ଜୟ ରାଉତ ୫୪୧ ନମ୍ବର ରଖି ବ୍ଲକରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।