ଏ୧ ଗ୍ରେଡରେ ୧୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

 ସାଲେପୁର : ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ସାଲେପୁର ବ୍ଲକରେ ୨ହଜାର ୩୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୧୯ଶହ ୭୮ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ୫୬ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଚଳିତ ମାଟ୍ରିକ୍ ପରୀକ୍ଷାରେ ସାଲେପୁର ବ୍ଲକରେ ୧୦ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣହୋଇଥିବାବେଳେ  ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଦିତ୍ୟ ମିଶ୍ର ୫୬୦, ଜେ.ପି. ସାଇପ୍ରଜ୍ଞା ଶର୍ମା ୫୬୦, ସବ୍ୟସାଚି ସାହୁ ୫୬୦, ସୋନାଲି ପ୍ରଧାନ ୫୬୦ନମ୍ବର ରଖି ଏ୧ରେ ଉତ୍ତୀର୍ଣ୍ଣହୋଇଥିବାବେଳେ ବହୁଗ୍ରାମ ଶିଶୁ ମନ୍ଦିରର ଦେବସ୍ମିତା ଦାସ ୫୫୪ ଓ ଜ୍ୟୋତି ପ୍ରକାଶ ରାଉତରା ୫୪୮ନମ୍ବର ରଖି ଏ୧ଗ୍ରେଡରେ ଉତ୍ତୀର୍ଣ୍ଣହୋଇଛନ୍ତି । ସେହିପରି ପୂର୍ବକଚ୍ଛ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଚିରଞ୍ଜିତ୍ ପଣ୍ଡା ୫୪୭, ପଦ୍ମପୁର ସରକାରୀ ହାଇସ୍କୁଲର ଛାତ୍ରୀ ସାଫିଆ ଫରିଦା ତୱିଲ ୫୬୦, ଗୋପିନାଥପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରୀ ଲିପ୍ସାରାଣୀ ସାହୁ ୫୪୪, ବିବେକାନନ୍ଦ ବିଦ୍ୟାପୀଠ ବହୁଗ୍ରାମର ଛାତ୍ରୀ ଲିପ୍ସା ପ୍ରିୟଦର୍ଶିନୀ ସାହୁ ୫୪୭ନମ୍ବର ରଖି ଏ୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି  ଏ୨ରେ ୩୩ଜଣ, ବି୧ରେ ୧୩୧ଜଣ, ବି୨ରେ ୩୧୩, ସି.ରେ ୬୦୦, ଡି.ଗ୍ରେଡରେ ୬୧୭ଜଣ ଏବଂ ଇ.ଗ୍ରେଡ୍ରେ ୨୮୨ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଚଳିତ ବର୍ଷ ପୁଣି ବେସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣହୋଇଥିବା ଜଣାଯାଇଛି । ସରକାରୀ ବିଦ୍ୟାଳୟ ଗୁଡିକରେ ଉନ୍ନତମାନର ଶିକ୍ଷାଦାନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବେସରକାରୀ ସ୍କୁଲ ଅପେକ୍ଷାରେ ସରକାରୀ ବିଦ୍ୟାଳୟରେ ଦିନକୁ ଦିନ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନର ମାନ କମୁଛି । ସରକାର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକମାନଙ୍କର ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟରେ ନପଢ଼ି ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଜଣାଯାଇଛି ।  ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ଉଚ୍ଚକୋଟୀର ହେଉନଥିବାରୁ ଛାତ୍ରଛାତ୍ରୀମାନେ ଆଶାନୁରୂପ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇପାରୁନାହାଁନ୍ତି ବୋଲି ବହୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।