ରୋଟାରୀ ରୟାଲ୍ ପକ୍ଷରୁ ହିତାଧିକାରୀଙ୍କୁ ଭେଣ୍ଡିଂ ଟ୍ରଲି ହସ୍ତାନ୍ତର
ଭୁବନେଶ୍ୱର : ରୋଟାରୀ ରୟାଲ ପକ୍ଷରୁ ସ୍ୱରୋଜଗାର ପ୍ରକଳ୍ପ ଅନ୍ତର୍ଗତ "ସ୍ୱାବଲମ୍ବୀ' ଯୋଜନାରେ ଏକ ବ୍ୟବସାୟ ଅନୁକୂଳ ଠେଲା ଗାଡି ରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀ ଗଣେଶ ମହନ୍ତଙ୍କୁ ହସ୍ତାନ୍ତର କରାଯାଇଛି ।
ଦୀର୍ଘ ଦିନ ହେବ ପୋଖରୀପୁଟ ଡିଏଭି ସମ୍ମୁଖରେ ଚା,ବିସ୍କୁଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ମହନ୍ତ ବ୍ୟବସ୍ଥିତ ଟ୍ରଲି ଟି ପାଇଁ ରୋଟାରୀ ରୟାଲ୍ ପ୍ରତି କୃତଜ୍ଞତା ପ୍ରକଟ କରିଛନ୍ତି । ମହାନଗରନିଗମର ସମସ୍ତ ନିୟମ ପାଳନ ପୂର୍ବକ ଏଥିରେ କୈଣସି ସରକାରୀ ପ୍ରତିବନ୍ଧିତ ଦ୍ରବ୍ୟ ବିକ୍ରି କରିବେ ନାହିଁ ବୋଲି ଘୋଷଣା କରି ଦୋକାନୀ ଜଣକ ପ୍ରାନ୍ତପାଳଙ୍କ ଦ୍ୱାରା ଶପଥ ପାଠ କରିଥିଲେ ।
କ୍ଲବ୍ ସଭାପତି ବିଭୂତି ଭୂଷଣ କରଙ୍କ ସଂଯୋଜନାରେ ଆୟୋଜିତ ହସ୍ତାନ୍ତରିତ ପ୍ରକ୍ରିୟାରେ ମୁଖ୍ୟ ଅତିଥି ଭାବେ ଯଜ୍ଞାଶିଷ୍ ମହାପାତ୍ରଙ୍କ ସମେତ ପରବର୍ତ୍ତୀ ଅନୀଲ୍ ସାମଲ, ବରିଷ୍ଠ ରୋଟାରୀୟାନ୍ ବିଜୟ ଅଗ୍ରୱାଲ,ସମ୍ପାଦକ ଆଶିଷ ପରିଡ଼ା, କୋଷାଧ୍ୟକ୍ଷ ଦୀପକ୍ ସେହଗଲ, ପ୍ରମୁଖ ଯୋଗ ଦେଇଥିଲେ ।