ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଜଣେ ମୃତ,ଜଣେ ଗୁରୁତର

ାା ପ୍ରଭାନ୍ୟୁଜ ।ା ଛତ୍ରପୁର, ୯ା୪ : ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖ ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବଡ଼ ମାଧପୁର ଅଞ୍ଚଳର ଏସ.ନିରଞ୍ଜନ ରେଡ୍ଡୀ ଓ ଗୁରୁତର ଆହତ ବ୍ୟକ୍ତି ହେଲେ ନିମପଲ୍ଲି ଅଞ୍ଚଳର ପିଣ୍ଟୁ ଦାଶ ବୋଲି ଜଣାପଡିଛି । ସୂଚନା ମୁତାବକ ଏସ. ନିରଞ୍ଜନ ରେଡ୍ଡୀ ନିଜ ଗ୍ରାମରୁ ଏକ ବାଇକ ଯୋଗେ ମନ୍ଦିରକୁ ଯାଉଥିବା ସମୟରେ ଅପର ପଟୁ ପିଣ୍ଟୁ ଆଉ ଏକ ବାଇକ ଯୋଗେ ନିଜ ଗ୍ରାମରୁ ହିଂଡୁଳା ଅଭିମୁଖେ ଯାଉଥିଲେ । ଦୁହିଁଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ଅଣାଯାଇଥିବା ବେଳେ ଗୁରୁତର ଆହତ ପିଣ୍ଟୁଙ୍କୁ ଏକ ଅଟୋ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା ସେଠାରେ ଉପସ୍ଥିତ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପିଣ୍ଟୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।