୬ କ୍ୱିଣ୍ଟାଲ ଗଞ୍ଜେଇ ସହ ୪ ଗିରଫ , ଛତିଶଗଡ ଅଞ୍ଚଳକୁ ଚାଲାଣ ହେଉଥିଲା ଗଞ୍ଜେଇ 

୬ କ୍ୱିଣ୍ଟାଲ ଗଞ୍ଜେଇ ସହ ୪ ଗିରଫ , ଛତିଶଗଡ ଅଞ୍ଚଳକୁ ଚାଲାଣ ହେଉଥିଲା ଗଞ୍ଜେଇ 


ାା ପ୍ରଭାନୁ୍ୟଜ୍ ।ା ବରଗଡ : ବରଗଡ ଗ୍ରାମାଞ୍ଚଳ ପୁଲିସ ବେଆଇନ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ସହ ୪ ଜଣ ଯୁବକଙ୍କୁ ଗିରଫ କରିଛି  । ଗିରଫ ଯୁବକ ବୌଦ୍ଧ ଜିଲ୍ଳା ବାଉଶୁଣୀ ଥାନା ବୋହିରା ଗାଁର ବୁଦ୍ଧଦେବ ମହାକୁର, ଢ଼େଙ୍କାନାଳ ରୋସୋଲ ଥାନା ଥେନଗା ଗ୍ରାମର ଟୁଟୁ ଦେହେରୀ, ବୌଦ୍ଧ ଖଣ୍ଡାଦୁରମାଲ ଗ୍ରାମର ଉଦୟ ପ୍ରଧାନ ଓ ଅନୁଗୁଲ ଜିଲ୍ଳା ସୁୁସୁଡାର ଶାସ୍ୱତ ସୁନ୍ଦର ଦାଶ ବୋଲି ପୁଲିସ ସୂଚନା ଦେଇଛି  । ଗିରଫ ଯୁବକମାନଙ୍କ ଠାର ପୁଲିସ ୬ କ୍ୱିଣ୍ଟାଲ ୩୬ କେଜି ଗଞ୍ଜେଇ ସହ ଓଡି ୧୫ ଏକ୍ସ ୮୩୮୦ ନମ୍ବର ବୋଲେରୋ , ୫ ଟି ମୋବାଇଲ ଫୋନ ଏବଂ ନଗଦ ୪ ହଜାର ଟଙ୍କା ଜବତ କରିଛି  । ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଅଣାଯାଇଥିବା ବେଳେ ତାହା ଛତିଶଗଡ ରାୟପୁରକୁ ଚାଲାଣ କରାଯାଉଥିବା ସହ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯୫ ଲକ୍ଷ ଟଙ୍କା ହେବ ବୋଲି ବରଗଡ ଏଏସପି ତପନ କୁମାର ମହାନ୍ତି ଓ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି  । ଏ ନେଇ ଗ୍ରାମାଞ୍ଚଳ ଥାନା କେସ ନମ୍ବର ୨୦୧ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଯୁବକମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।