ଆଉ ଦିନେ ବଢ଼ିଲା ବାଲିଯାତ୍ରା
balijatra

ଭୁବନେଶ୍ୱର : ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେଇଛନ୍ତି । ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଦିନେ ବୃଦ୍ଧି କରିଛନ୍ତି । ଚଳିତ ନଭେମ୍ବର ୧୫ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା । ନଭେମ୍ବର ୨୨ରେ ତାହା ଉଦଯାପିତ ହେବାର ଥିଲା । କିନ୍ତୁ ଆଉ ଦିନେ ବଢ଼ିଥିବାରୁ ୨୩ରେ ବାଲିଯାତ୍ରା ଉଦଯାପିତ ହେବ ।