ଶାରଦା ଓ ରାକେଶ ବିଜେପିରୁ ବିଦା
sarada pradhan Odisha BJP

ଭୁବନେଶ୍ୱର : ମାହାଙ୍ଗାର ବିଜେପି ନେତା ଶାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି । ଉଭୟ ନେତା ଟିକେଟ ନପାଇବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ।
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି । ଦଳବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ କରିଥିବାରୁ ଦଳ ତାଙ୍କୁ ବହିଷ୍କାର କରିଛି । ସୂଚନାଯୋଗ୍ୟଯେ, ୨୦୧୯ ଉପନିର୍ବାଚନ ପରେ ବିଜୟ ମହାପାତ୍ର ଦଳରେ ଥିଲେବି ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାନ୍ତି । କୌଣସି ସଭାରେ ବି ତାଙ୍କୁ ଦେଖିବାକୁ ମିଳୁନାହିଁ । ଅର୍ଥାତ ସେ ଦଳରେ ଥିଲେବି ନଥିବା ଭଳି । ଏବେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ନିର୍ବାଚନ ଲଢୁଛନ୍ତି । ଅରବିନ୍ଦ ବିଜେଡ଼ି ଟିକେଟରେ ଲଢୁଥିବାବେଳେ ତାଙ୍କୁ ଜିତାଇବା ପାଇଁ ବିଜୟ ଗୋଟିଚାଳନା କରୁଛନ୍ତି । ବିଜେପିରେ ଥାଇ ସେ ବିଜେପି ବିରୋଧରେ କାମ କରୁଥିବାରୁ ତେଜେଶ୍ୱର ପରିଡ଼ା ଏନେଇ ଦଳର ଦୃଷ୍ଟି ଆକର୍ଷଣ କରିଥିଲେ ।