ଆସନ୍ତା ୧୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ଘୋଷଣା : ଶରତ ପଟ୍ଟନାୟକ

ଆସନ୍ତା ୧୫ ତାରିଖ ସୁଦ୍ଧା  ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ଘୋଷଣା : ଶରତ ପଟ୍ଟନାୟକ

ଭୁବନେଶ୍ୱର: ଟିକେଟ ଘୋଷଣାରେ ବିଜେପି ଓ ବିଜେଡି ତୁଳନାରେ କଂଗ୍ରେସ କିନ୍ତୁ ବହୁ ପଛରେ ପଡ଼ିଯାଇଛି । ସବୁ ଆସନରେ କଂଗ୍ରେସ କେବେ ଟିକେଟ ଘୋଷଣା କରିବ ତାକୁ ନେଇ ଆଶାୟୀ ପ୍ରାର୍ଥୀମାନେ ଚାତକ ଭଳି ଅନାଇ ବସିଛନ୍ତି ।

ତେବେ କଂଗ୍ରେସର ଟିକେଟ କସରତ ଭିତରେ ପିସିସି ସଭାପତି  ଶରତ ପଟ୍ଟନାୟକ ଆଜି ଦିଲ୍ଲୀ ଯାଇଛନ୍ତି । ଏହି ଅବସରରେ ଆସନ୍ତା ୧୫ ତାରିଖ ସୁଦ୍ଧା ଦଳର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ଟିକେଟ ଚୂଡ଼ାନ୍ତ ହେବ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ଏବେ ସୁଦ୍ଦା କଂଗ୍ରେସ ୮ ଲୋକସଭା ଆସନ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାପୂର୍ବରୁ ନେତା ମାନେ ଟିକେଟ୍ ପାଇବାକୁ ସମସ୍ତ କସରତ କରୁଛନ୍ତି ।