ରାତି ପାହିଲେ ସ୍ନାନ ପୂର୍ଣ୍ଣିମା : ଆଜି ହେବ ସେନାପଟା ଲାଗି

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା : ଆଜି ହେବ ସେନାପଟା ଲାଗି

 ଆସନ୍ତାକାଲ ସ୍ନାନ ପୂର୍ଣ୍ନିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ଏନେଇ ପାରମ୍ପରିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ ହୋଇଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ ହୋଇଛି । ଆଜି ସେନାପଟା ଲାଗି ନୀତି ହେବ । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ସ୍ବତନ୍ତ୍ର ନୀତି ଲାଗି ରାତି ପହୁଡ଼ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଆଜି ଦିନ ୨ଟା ଯାଏ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ସ୍ନାନ ପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ ।