ସ୍ୱପ୍ନରେ ଶିବଲିଙ୍ଗ ଦର୍ଶନ



ସନାତନ ଧର୍ମରେ ସ୍ୱପ୍ନ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ମନୁଷ୍ୟ ରାତିରେ ଶୋଇବାବେଳେ କିଛି ନା କିଛି ସ୍ୱପ୍ନ ଦେଖିଥାଏ । କିଛି ସ୍ୱପ୍ନ ଶୁଭ ହୋଇଥିବା ବେଳେ, କିଛି ଅଶୁଭ ହୋଇଥାଏ । ଯଦି ସ୍ୱପ୍ନରେ ବାରମ୍ବାର ଶିବଲିଙ୍ଗ ଦର୍ଶନ କରୁଥାନ୍ତି, ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏଥିସହିତ ମହାଦେବଙ୍କ କୃପା ରହିଥିବା ଜଣାଯାଏ ।
ସ୍ୱପ୍ନରେ ଧଳା ଶିବଲିଙ୍ଗ ଦେଖିବା ଶୁଭ । ଏହା ମନୁଷ୍ୟକୁ ସମସ୍ତ ରୋଗରୁ ମୁକ୍ତି ଦେବାକୁ ଇଙ୍ଗିତ କରିଥାଏ । ଏଥିସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଶିବଲିଙ୍ଗ ଉପରେ କ୍ଷୀର ଅଭିଷେକ ସ୍ୱପ୍ନରୁ ଆଗାମୀ ଦିନରେ ଆସିବାକୁ ଥିବା ବହୁ ସମସ୍ୟାରୁ ମୁକ୍ତି ମିଳିବା କଥା ସୂଚାଏ  ।
ସେହିପରି ରାତି ଅଧରେ ଶିବଲିଙ୍ଗ ସ୍ୱପ୍ନ ଦେଖିଲେ, ବ୍ରାହ୍ମମୂହୂର୍ତ୍ତରେ ସ୍ନାନ କରି ଶିବ ମନ୍ଦିରରେ ଜଳାଭିଷେକ କରିବା ଜରୁରି । ଏପରି କରିବା ଦ୍ୱାରା ପ୍ରଭୁ ଶଙ୍କର ପ୍ରସନ୍ନ ହୋଇଥାନ୍ତି । ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।