କଲବଲ ହେଉଛନ୍ତି ନବନିଯୁକ୍ତ ମେଡ଼ିକାଲ ଅଧିକାରୀ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ବିବାଦର ପିଛା ଛାଡ଼ୁନଥିବା ଯାଜପୁର ରୋଡ଼ ମେଡ଼ିକାଲରେ ପରିବର୍ତ୍ତନ ଆଣିବାକୁ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଉଦ୍ୟମ କରିଥିଲେ ହେଁ ତାହାକୁ ଗାଦିମଡ଼ାଙ୍କୁ ହଜମ ହୋଇନି । ଯାହା ଫଳରେ ଦାୟିତ୍ୱରୁ ଅନ୍ତର ପରେ ଡାକ୍ତର ନୂତନ ଅଧିକାରୀଙ୍କୁ କାର୍ଯ୍ୟଭାର ନଦେଇ ଛୁଟିରେ ଚାଲିଯାଇ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରାଇଛନ୍ତି । କିଛିଦିନ ତଳେ ଯାଜପୁର ରୋଡ଼ ମେଡ଼ିକାଲରେ ଦାନ୍ତଡ଼ାକ୍ତରଙ୍କୁ ଜନୈକା ଫାର୍ମାସିଷ୍ଟ ଆକ୍ରମଣ କରିବା ଘଟଣା ହେଉ କି ଦୁର୍ଘଟଣାଗସ୍ତ ରୋଗୀର ଚିକିସôା ଅଭାବରୁ ମୃତୁ୍ୟ ଘଟଣାକୁ ନେଇ ଉପୁଜିଥିବା ଅପ୍ରିତିକର ପରିସ୍ଥିତି ଉପରେ ହସ୍ତକ୍ଷେପ କରି ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଶିଭାଶିଷ ମହାରଣା ମେଡ଼ିକାଲ ଅଧିକାରୀ ସନ୍ତୋଷ ପୃଷ୍ଟିଙ୍କୁ କାର୍ଯ୍ୟରୁ ଅନ୍ତର କରି ତାଙ୍କ ସ୍ଥାନରେ ଦେବାଶିଷ ସାହୁଙ୍କୁ ନୂତନ ଅଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ । ଆଉ ତତ୍କ୍ଷଣାତ ଶ୍ରୀ ସାହୁଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶ ମତେ ଡାକ୍ତର ଶ୍ରୀ ସାହୁ ଗତମାସ ୩୦ତାରିଖରେ କାର୍ଯ୍ୟରେ ଯୋଗ ଦେଲେ । ଡାକ୍ତର ସାହୁ କାର୍ଯ୍ୟରେ ଯୋଗ ଦେବା ପରେ ପରେ ମେଡିକାଲ ଅଧିକାରୀରୁ ଅନ୍ତର ହୋଇଥିବା ଡାକ୍ତର ପୃଷ୍ଟି ଛୁଟିରେ ଚାଲିଗଲେ । ହେଲେ ଡାକ୍ତର ପୃଷ୍ଟି ଛୁଟିରେ ଯିବା ପୂର୍ବରୁ ଡାକ୍ତର ଶ୍ରୀ ସାହୁଙ୍କୁ କାର୍ଯ୍ୟ ହସ୍ତାନ୍ତର କଲେନି କି ଚାବି ଦେଲେ ନି । ବିନା ଦାୟିତ୍ୱ ଏବଂ ବିନା ଚ୍ୟାମ୍ବରରେ ଡାକ୍ତର ଶ୍ରୀ ସାହୁ କାର୍ଯ୍ୟ ପରିଚଚାଳନା କରୁଛନ୍ତି ସ’ତ କିନ୍ତୁ ବଦଳିପାଲାକୁ ନେଇ କଲବଲ ହେଉଛନ୍ତି । ଡାକ୍ତର ଶ୍ରୀ ସାହୁ ଦାୟିତ୍ୱ ପାଇନଥିବାରୁ କୌଣସି ନିଷ୍ପତ୍ତି ନେଇପାରୁନଥିବା କି ଖୋଲା ହାତରେ କାର୍ଯ୍ୟ କରିପାରୁନାହାନ୍ତି । ଗୋଟେ ପଟେ ଡାକ୍ତର ଶ୍ରୀ ସାହୁ କଲବଲ ହେଉଥିବା ବେଳେ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ହସ୍ତସନ୍ତ ହେବାକୁ ପଡ଼ୁଛି । ଯାହା ଜିଲା ସ୍ୱାସ