ଘରର ଏହି ସ୍ଥାନରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଷ୍ଟାଣ୍ଡ

ଘରର ଏହି ସ୍ଥାନରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଷ୍ଟାଣ୍ଡ

ଲୋକମାନେ ବାହାରୁ ଆସିବା ପରେ ଘର ଭିତରେ ହେଉ ଅବା ଘରର ମୁଖ୍ୟ ଦ୍ୱାରରେ ଜୋତା ରଖୁଥିବା ଦେଖିବାକୁ ମିଳେ । ଏଭଳି କରିବା ଦ୍ୱାରା ଘର ପାଇଁ ଅଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଘରେ ଜୋତା ଚପଲ ରଖିବା ପାଇଁ ଏକ ସ୍ଥାନ ନିରୂପଣ ହୋଇଥାଏ । ସେହିଁଠାରେ ହିଁ ଜୋତା ରଖିବା ଉଚିତ । ଏଭଳି ନକରିଲେ ଘରେ କଳହ ଲାଗି ରହିବା ସହ ଅଭାବ ଅନଟନ ଲାଗି ରହିଥାଏ । ଜ୍ୟୋତିଷଙ୍କ ମତରେ ଘରର ଉତ୍ତର-ପଶ୍ଚିମ ଦିଗରେ ଜୋତା ଚପଲ ରଖିବା ଉଚିତ । ନହେଲେ ଆପଣ ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ ।
ମୁଖ୍ୟ ଦ୍ୱାର ପାଖରେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ । କାରଣ ମୁଖ୍ୟ ପ୍ରବେଶ ଦ୍ୱାରରେ ଦେବୀ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏଭଳି କ୍ଷେତ୍ରରେ ଜୋତା ଚପଲ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନରେ ବାଧା ସୃଷ୍ଟି ହୋଇଥାଏ । ମା ଲକ୍ଷ୍ମୀ କ୍ରୋଧିତ ହେବା ସହ ଘରେ ଦାରିଦ୍ର ଲାଗି ରହିଥାଏ । ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିପାରେ ନାହିଁ । ଜୋତା ଚପଲ ରଖିବା ପାଇଁ ଉତ୍ତର ପଶ୍ଚିମ ଦିଗ ହେଉଛି ସବୁଠାରୁ ଉତ୍ତମ ସ୍ଥାନ । ସର୍ବଦା ଜୋତା ଚପଲକୁ ସଫା କରି ରଖନ୍ତୁ । ଯଦି ଅପରିଷ୍କାର ଭାବେ ରଖୁଛନ୍ତି ତେବେ ସେଗୁଡିକ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଦେବୀ ଦେବତା ମାନେ କ୍ରୋଧିତ ହୋଇଥାନ୍ତି ।