ଓସିଏକୁ ସୋ’କୋଜ ନୋଟିସ: ୧୦ ଦିନରେ ଉତ୍ତର ଦେବାକୁ ନିଦେ୍ର୍ଦଶ

ଭୁବନେଶ୍ୱର: ବାରବାଟୀରେ ଭାରତ ଓ ଇଂଲଣ୍ଡ ଭିତରେ ଗତକାଲି ଦିନିକିଆ ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ ଘଟଣାକୁ ନେଇ ଓସିଏକୁ ସୋ’ କୋଜ ନୋଟିସ ଜାରି କରାଯାଇଛି । କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସୋମବାର ଏହି ନୋଟିସ ଜାରି କରାଯାଇଛି । କାହିଁକି ମ୍ୟାଚବେଳେ ଲାଇଟ ବନ୍ଦ ହେଲା ତାହାର ଉତ୍ତର ଦେବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ଘଟଣା ପାଇଁ କିଏ ଦାୟୀ ତାହାର ଉତ୍ତର ଆସନ୍ତା ୧୦ ଦିନ ଭିତରେ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଗତକାଲି ଫ୍ଲଡ ଲାଇଟ ବନ୍ଦ ହୋଇଯିବା ଯୋଗୁ ପାଖାପାଖି ୩୦ ମିନିଟ ଖେଳ ବନ୍ଦ ରହିଥିଲା । 

ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚରେ ପ୍ରଥମେ ଇଂଲଣ୍ଡ ବ୍ୟାଟି କରିଥିଲା। ଭାରତ ଆଗରେ ଜିତିବା ପାଇଁ ୩୦୫ ରନ୍ ଟାର୍ଗେଟ ରଖିଥିଲା  ଇଂଲଣ୍ଡ । ଭାରତ ଟିମର  ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ। ହଠାତ ଫ୍ଲଡ ଲାଇଟରେ ସମସ୍ୟା ଦେଖା ଦେବା ସହ ଲାଇଟ ଲିଭିଯାଇଥିଲା। ଫଳରେ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା।   ଲାଇଟ ଯିବା ସମୟରେ ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା । ଲାଇଟ ଚାଲି ଯିବାରୁ ୨  ଓପନର ଖେଳି ନ ପାରି ପାଭିଲିୟନକୁ ଫେରିଯାଇଥିଲେ।  ଏଭଳି ଅଘଟଣ ଯୋଗୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଆଉ ଏହି ଘଟଣା ପରେ ଓଡ଼ିଶା ଅର୍ଥାତ ବାରବାଟୀକୁ ଆଉ କ୍ରିକେଟ ମ୍ୟାଚ୍‌ ମିଳିବ କି ନାହିଁ ତାହା ନେଇ ସନ୍ଦେହ ଦେଖା ଦେଇଛି। ଏହି ଘଟଣା ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ଓସିଏ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ମ୍ୟାଚ ମଝିରେ ବିଜୁଳି କାଟ ହେଲା, ସେ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ ଜାରି ହୋଇଛି।