ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ : କଡ଼ା ଦଣ୍ଡ ବିଧାନ

ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ :  କଡ଼ା ଦଣ୍ଡ ବିଧାନ

 ଶ୍ରୀମନ୍ଦିର ଭିତରରୁ ସପ୍ତାହକ ଭିତରେ ତିନି ତିନୋଟି ହିଡେନ୍ କ୍ୟାମେରା ଧରାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି । ଘଟଣା ପରେ ଶ୍ରୀମନ୍ଦିର  ଆଇନକୁ ଅଧିକ କଠୋର କରିବା  ସହ ଆଇନରେ ସଂଶୋଧନ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।  ସେହିପରି ମହାପ୍ରଭୁଙ୍କ ସଂସ୍କୃତି ଓ ଗରିମାକୁ କ୍ଷୁର୍ଣ୍ଣ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ ହୋଇଛି  । ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଦେଲା ଭଳି ପୋଷ୍ଟ କଲେ, କଠୋର ଦଣ୍ଡବିଧାନ ଅର୍ଥାତ୍ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଓ ଏନବିଡବ୍ଲୁ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ  ।   ଏହାସହ କୌଣସି ବ୍ୟକ୍ତି ଜାଣତରେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ର ବ୍ୟବହାର କରନ୍ତି, ତାହେଲେ ୧ହଜାର ଟଙ୍କାର ଜୋରିମାନା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି  । ସେହିପରି ଶ୍ରୀମନ୍ଦିର ଉପରେ ଅନଧିକୃତ ଭାବେ ଡ୍ରୋନ୍ ଉଡ଼ାଇଲେ, କଠୋର ଦଣ୍ଡାବିଧାନ ସହ ଏନବିଡବ୍ଲୁ ଲାଗୁ କରାଯିବା ନେଇ ସୁପାରିସ ହୋଇଛି   ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୯୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ । ତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରିବାକୁ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ ।