ମୁଖ୍ୟ ଫାଟକରେ ତାଲା ପକାଇଲେ ଅଧ୍ୟକ୍ଷା
ଗୋପ: ମେହାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ଲୋକାଭିମୁଖୀ ଯୋଜନାକୁ ସଠିକ ରୂପେ କାର୍ଯ୍ୟକାରୀ କରିବାରେ ପାଇଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦୁଃଖ ଓ ପରିତାପର ବିଷୟ ହେଉଛି ପୁରୀ ଜିଲ୍ଲାର ବ୍ଲକ ପ୍ରଶାସନିକ କ୍ଷେତ୍ରରେ ସଂପୂର୍ଣ୍ଣ ଅବହେଳିତ । ଗତ ଏକ ବର୍ଷ ହୋଇଯିବ ଗୋପ ବ୍ଲକରେ କୌଣସି ଯୋଜନା ବା ଦିବସ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ବ୍ଲକ ବିଡିଓ ଅଧିକାଂଶ ସମୟରେ ଅନୁପସ୍ଥିତ ସହିତ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି । ଯାହାଫଳରେ ତଳ କର୍ମଚାରୀଙ୍କୁ କଙ୍କଡାକୁ ଗୋଳି ପାଣି ସଦୃଶ । ୧୨ ତାରିଖକୁ ଓଡିଶାରେ ବିଜେପି ଶାସନର ଏକ ବର୍ଷ ପୂର୍ତ୍ତି ପାଳିତ ହେଉଛି । ସେଥିପାଇଁ ସମସ୍ତ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସରକାରଙ୍କ ନିଦେ୍ର୍ଦଶ ଥିବା ସତ୍ତ୍ୱେ ଗୋପ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସକାଳୁଆ ଖୋଲିବା ପାଇଁ ନିଦେ୍ର୍ଦଶ ଥିବା ସତ୍ତ୍ୱେ ବାବୁ ବାବୁଆଣୀ ବିଳମ୍ବରେ ଆସୁଛନ୍ତି । ପୂର୍ବରୁ ଏହି ବ୍ଲକର ଅଧିକାଂଶ ବିଭଗ ଅଧିକାରୀ ଓ ଅଧିକାରିଣୀ ନିୟମିତ ବିଳମ୍ବରେ କାର୍ଯ୍ୟାଳୟକୁ ଆସିବାର ନଜିର ରହିଛି । ତାହା ମଧ୍ୟ ସୋସିଆଲ ମିଡ଼ିଆ ଠାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳିତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଥିବା ସତ୍ତ୍ୱେ କାହିଁକି କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ । ଅଧ୍ୟକ୍ଷା ଶ୍ରୀମତୀ ମଲ୍ଲିକ ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇଲେ । ଯାହାଫଳରେ ବିଡିଓଙ୍କ ଠାରୁ ଅନ୍ୟାନ୍ୟ କର୍ମଚାରୀ ପଛପଟରେ ଥିବା ଏକ ଗଳା ବାଟ ଦେଇ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ଯେଉଁମାନେ ସାମ୍ନାରେ ପଡିଛନ୍ତି ସେମାନଙ୍କୁ ତାଗିଦ କରି କାରଣ ପଚାରିଥିଲେ । ଏଠାରେ କାର୍ଯ୍ୟରତ ବିଡିଓ ଛବିରାଣୀ ସାହୁ ୯ ଟା ସମୟରେ ବିକାଶ ରଥ ପରିକ୍ରମା ହବେ, ଗଣମାଧ୍ୟମର ପ୍ରତିନିଧିଙ୍କୁ ୮ଟା ୨୭ ମିନିଟ୍ରେ ଜଣାଉଛନ୍ତି । ଏଥିରୁ ବଡିଓ ମାଡାମ ସରକାରଙ୍କ ଯୋଜନା ପ୍ରତି କେତେ ଯନôବାନ ସ୍ପଷ୍ଟ ଜଣାପଡୁଛି । ଏଥିନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଖୋଦ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସରକାରୀ କର୍ମଚାରୀ ସଠିକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି କାହିଁକି?