ଲୋୟର ପିଏମ୍ଜିରେ ଶହ ଶହ ଆଶାକର୍ମୀଙ୍କ ଗର୍ଜନ : ଦାବି ପୂରଣ କର
ଆଶାକର୍ମୀ କରୁଛନ୍ତି ବିକ୍ଷୋଭ ପ୍ରଦର୍ଶନ । ଆଶାକର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସିକ ଦରମା ବାବଦକୁ ୨୬ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ମହିଳାମାନେ । ଏହାସହ, ମାସିକ ପେନସନ ୧୦ ହଜାର ଟଙ୍କା, ସ୍ମାର୍ଟ ଫୋନ ପାଇଁ ୧୦ ହଜାର ଟଙ୍କା, ଅବସର ଓ ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା, ଇପିଏଫ, ଇଏସ୍ଆଇ ସହ ଗ୍ରାଚ୍ୟୁଟି ଲାଗୁ , ପ୍ରସବକାଳୀନ ଛୁଟି ଓ ସାମାଜିକ ସୁରକ୍ଷା ଯୋଗାଇବ ପାଇଁ ଆଶାକର୍ମୀ ସଂଘ ଦାବି କରିଛି । ପୂର୍ବସୂଚନା ଅନୁଯାୟୀ ବିଭିନ୍ନ ଦାବି ନେଇ ୨୦୧୮ ଓ ୨୦୨୨ ଓ ୨୦୨୩ ମଧ୍ୟ ଆଶାକର୍ମୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଲୋୟର ପିଏମ୍ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ ମଧ୍ୟ ଏକାଠି ହୋଇଥିଲେ । ରାଜଧାନୀ ରାଜରାସ୍ତା ରେ ଏମିତି ଗର୍ଜିଥିଲେ ଆଶାକର୍ମୀ ମାନେ । ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି ଆଗରୁ ମଧ୍ୟ କରି ସାରା ରାଜ୍ୟର ଆଶା କର୍ମୀ ରାଜଧାନୀରେ ଏକାଠି ହୋଇଥିଲେ ।
ଏତେ ସଂଖ୍ୟକ ଆଶାକର୍ମୀଙ୍କ ନିୟନ୍ତ୍ରଣ କରିବାକୁ ଯାଇ ରାଜଧାନୀ ପୋଲିସ ଛାଉଣି ହୋଇ ମଧ୍ୟ ହୋଇଥିଲେ । ଏପରିକି ଆଶାକର୍ମୀ-ପୋଲିସ ଧସ୍ତାଧସ୍ତି ବି ହୋଇଥିଲେ । ଆନ୍ଦୋଳନରତ ଆଶାକର୍ମୀ ମାନେ ବିଧାନସଭା ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ଠେଲାପେଲା ଓ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲେ । ସୂଚନାଥାଉ କି, ୨୦ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ ଆଶା କର୍ମୀ । ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି, ପେନ୍ସନ୍ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀ ଦାବି କରିଥିଲେ । ବାରମ୍ବାର ପ୍ରତିବାଦ ଓ ଧାରଣା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏବେ ଆଶାକର୍ମୀ କହିଛନ୍ତି, ସରକାର ଆମ ଦାବି ପୂରଣ ନକରିବା ଯାଏଁ ଆମେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିବୁ ନାହିଁ