ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ : ଇ-ଟେକର ସଫଳତା
ଢେଙ୍କାନାଳ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଢେଙ୍କାନାଳର ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବାର ତା’ର ଅଦ୍ଭୁତପୁର୍ବ ସଫଳତା ବଜାୟ ରଖିଛି । ଚଳିତ ବର୍ଷ ବିଦ୍ୟାଳୟର ୨୮୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୬୦ଜଣ ଛାତ୍ରଛାତ୍ରୀ ଶତକଡା ୯୦ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ଏଥିସହିତ ୧୪୩ ଜଣ ଛାତ୍ରଛାତ୍ରୀ ୮୫ ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖିଥିବା ବେଳେ ୨୧୫ ଜଣ ଛାତ୍ରଛାତ୍ରୀ ଶତକଡା ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖିଛନ୍ତି । ଅଭିଜ୍ଞ ଅଧ୍ୟାପକଅଧ୍ୟାପିକାମାନଙ୍କର ଉଚ୍ଚ ମାନର ଶିକ୍ଷାଦାନ ସହ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମରେ ହିଁ ଇ-ଟେକ ଏହି ସଫଳତା ହାସଲ କରିପାରିଛି ବୋଲି ଅନୁଷ୍ଠାନର ସଂପାଦିକା ସାଗରବାଳା ହୋତା ସୂଚନା ଦେଇଛନ୍ତି । ଅନୁଷ୍ଠାନର ଛାତ୍ର ଆଶିଶ କୁମାର ସାହୁ ୫୮୪ ନମ୍ବର ରଖି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଏସ୍ .ରାମେଶ୍ୱେରୀ ନନ୍ଦ ୫୮୦ ନମ୍ବର ରଖି ଦ୍ୱିତୀୟ, ଦର୍ଶନ ରାଉତ ୫୭୫ ନମ୍ବର ରଖି ତୃତୀୟ ଓ ଅମ୍ବିକା ପ୍ରସାଦ ଦାସ ଏବଂ ଇତିଶ୍ରୀ ମାଝି ୫୭୩ ନମ୍ବର ରଖି ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ରହିିଥିବା ବେଳେ ସ୍ୱୟଂପ୍ରଭା ପଣ୍ଡା ୫୭୧, ଶୁଭସ୍ମିତା ସାହୁ ୫୭୦ ଓ ତେଜସ୍ୱିନୀ ପ୍ରିୟଦର୍ଶିନୀ ୫୭୦ ନମ୍ବର ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି ।
ସେହିପରି ଇ-ଟେକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧୧ଜଣ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୫ଜଣ ଛାତ୍ରୀ ଶତକଡ଼ା ୯୦ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖିଛନ୍ତି । ଅନୁଷ୍ଠାନର ଛାତ୍ରୀ ବିଦୁସ୍ମିତା ରାଉତ ୫୬୧, ରିଚା ପ୍ରିୟଦର୍ଶିନୀ ସାହୁ ୫୫୦ ଏବଂ ରୁପାଲୀ ପରିଡ଼ା ୫୪୮ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ବିଦ୍ୟାଳୟର ଏହି ଅଦ୍ଭୁତ ପୂର୍ବ ସଫଳତା ପାଇଁ ଅଧ୍ୟକ୍ଷ ଡ. ସୁରେଶ ମିଶ୍ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ ଓ ସମସ୍ତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।