ୱାକଫ ସଂଶୋଧିତ ବିଲ୍ ଆଜି ଲୋକସଭାରେ ଆଗତ ହେବ
ଆଜି ଲୋକସଭାରେ ଆଗତ ହେବ ୱାକଫ ସଂଶୋଧିତ ବିଲ । ମଧ୍ୟାହ୍ନ ୧୨ଟାରେ ଗୃହରେ ବିଲକୁ ଆଗତ କରାଯିବ । ସମସ୍ତ ସାଂସଦଙ୍କୁ ଗୃହରେ ରହିବାକୁ ହ୍ବିପ ଜାରି କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ୱାକଫ ବିଲକୁ ନେଇ ୮ ଘଣ୍ଟା ଧରି ଚର୍ଚ୍ଚା କରାଯିବ । ୱାକଫ ସଂଶୋଧିତ ବିଲରେ କିଛି ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରାଯାଇଛି ।
ଯୁଗ୍ମ ସଂସଦୀୟ କମିଟି, ଜେପିସିର ସୁପାରିଶ ଆଧାରରେ ଏହି ସଂଶୋଧନ କରାଯାଇଛି । ଏନଡିଏର ପ୍ରମୁଖ ସହଯୋଗୀ ସଂଯୁକ୍ତ ଜନତା ଦଳ ଓ ତେଲୁଗୁ ଦେଶମ ପାର୍ଟିର ଦିଆଯାଇଥିବା ସଂଶୋଧନକୁ ଗ୍ରହଣ କରାଯାଇଛି । ଆଜି ଏହି ବିଲକୁ ଲୋକସଭାରେ ଉପସ୍ଥାପନ କରାଯିବ । ବିଜନେସ ଆଡଭାଇଜରି କମିଟି ଏହା ଉପରେ ମୋହର ମାରିସାରିଛି । ବିଲ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଜେଡିୟୁ ଓ ତେଲୁଗୁ ଦେଶମ । ତେବେ ଇଣ୍ଡିମେଣ୍ଟ ବିତର୍କରେ ଭାଗ ନେଲେ ବି ବିଲ ସପକ୍ଷରେ ଭୋଟ ଦେବନି ବୋଲି କୁହାଯାଉଛି ।
ଆସନ୍ତୁ ଜାଣିବା ବିଲରେ କଣ ସବୁ ସଂଶୋଧନ କରାଯାଇଛି ।
-ୱାକଫର ସମ୍ପତ୍ତି ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଓ ଭୂମିକା ରହିବ
-ସମ୍ପତ୍ତି ୱାକଫର କି ନୁହେଁ, ତାହା ସ୍ଥିର କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ରାଙ୍କର ଉପର ଅଧିକାରୀଙ୍କୁ ନିଯୁକ୍ତି କରିପାରନ୍ତି
-ପାଂଚ ବର୍ଷ ଇସଲାମ ଧର୍ମ ପାଳନ କରିଥିଲେ ହିଁ ଜଣେ ବ୍ୟକ୍ତି ନିଜ ସମ୍ପତ୍ତିର ଓ୍ୱାକଫ କରିପାରିବେ
-ସମ୍ପତ୍ତିର ୱାକଫ କଲାବେଳେ ଆବଶ୍ୟକ ପ୍ରମାଣ ଦେବାକୁ ପଡିବ
-ୱାକଫ ପରିଷଦରେ ଦୁଇ-ଜଣ ଅଣ ମୁସଲମାନ ସଦସ୍ୟ ରହିବେ
-ରାଜ୍ୟ ସରକାରଙ୍କ ବଡ ଅଧିକାରୀ ବି ରହିପାରିବେ
-ୱାକଫ ଟ୍ରିବ୍ୟୁନାଲରେ ଦୁଇଜଣଙ୍କ ବଦଳରେ ତିନିଜଣ ସଦସ୍ୟ ରହିବେ
-ପୂର୍ବରୁ ୱାକଫ ସମ୍ପତ୍ତିର ସର୍ବେକ୍ଷଣ ଓ ତଦାରଖ ଜିଲ୍ଲାପାଳ କରୁଥିଲେ, ଏବେ ବରିଷ୍ଠ ଅଧିକାରୀ ଏହା କରିପାରିବେ