ଖଡ଼ିଆଳ ମହାବିଦ୍ୟାଳୟର ସଫଳତା

 ଢେଙ୍କାନାଳ : ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ତଥା ଧନ୍ଦାମୂଳକ ଶିକ୍ଷାର ପ୍ରକାଶିତ ପରୀକ୍ଷା ଫଳ ଉପଯୁକ୍ତ ସଫଳତା ହାସଲ କରିଥିବା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ଯୁକ୍ତ ଦୁଇ ଅଧ୍ୟକ୍ଷ ଡକ୍ଟର ରଣବୀର ସିଂହ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର  ଗୀତାଶ୍ରୀ ପ୍ରିୟମ୍ବଦା ପ୍ରକାଶ କରିଛନ୍ତି । କଳା କ୍ଷେତ୍ରରେ ୮୨.୪୮ ପ୍ରତିଶତ, ବିଜ୍ଞାନ କ୍ଷେତ୍ରରେ ୬୨ପ୍ରତିଶତ, ବାଣିଜ୍ୟ କ୍ଷେତ୍ରରେ ୫୮ପ୍ରତିଶତ ହୋଇଥିବାବେଳେ କଳା ଶିକ୍ଷାରେ ସାଇରଶ୍ମି ନାଏକ ୮୮.୫୨ପ୍ରତିଶତ, ବାଣିଜ୍ୟ ଶିକ୍ଷାରେ ତନ୍ନବୀ ଶର୍ମା ୮୧.୩୩ ପ୍ରତିଶତ, ବିଜ୍ଞାନ ଶିକ୍ଷାରେ କାଜଲ ସାହୁ ୭୯.୩୩ ପ୍ରତିଶତ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ତିନୋଟି ଶିକ୍ଷା ବ୍ୟବସ୍ଥାରେ ଝିଅମାନେ କୃତିତ୍ୱ ହାସଲ କରିଥିବା ସ୍ଥଳେ ସମ୍ପୂର୍ଣ୍ଣ ମହାବିଦ୍ୟାଳୟ ଫଳାଫଳରେ ଛାତ୍ରୀ ସାଇ ରଶ୍ମି ନାଏକ ଶ୍ରେଷ୍ଠତ୍ୱ ହାସଲ କରିଥିଲେ । ଅଧ୍ୟାପକ  ସୂର୍ଯ୍ୟକାନ୍ତ ଠାକୁର, ଅକ୍ଷୟ ଦାଶ, ରବୀନ୍ଦ୍ର କୁମାର ବାଗ, ଧବଳେଶ୍ୱର ନାଏକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ସଦସ୍ୟ, ଅଭିଭାବକ/ ଅଭିଭାବିକା, ସାମ୍ବାଦିକ ମାନେ ଛାତ୍ରଛାତ୍ରୀମାନଙ୍କୁ ସାଧୁବାଦ ଜଣାଇଥିଲେ ।