ସୂର୍ଯ୍ୟଚମ୍ପା ଷ୍ଟଡି ସେଣ୍ଟର୍ରେ ଗୁରୁଦିବସ ପାଳିତ
ନରସିଂହପୁର : ଅଢ଼େଇଗୁଣ୍ଡିର ଅଗ୍ରଣୀ ଶିକ୍ଷାବିକାଶ ପ୍ରତିଷ୍ଠାନ ସୂର୍ଯ୍ୟଚମ୍ପା ଷ୍ଟଡି ସେଣ୍ଟର୍ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି। ବରିଷ୍ଠ ଶିକ୍ଷାବିତ୍ ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସେବାନିବୃତ୍ତ ପ୍ରଧାନଶିକ୍ଷକ ମନମୋହନ ରାଉତ ଓ ସ୍ତମ୍ଭକାର ବିଦ୍ୟାଧର ପଣ୍ଡା ଅତିଥି ରୂପେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରପତି ଜ୍ଞାନତପସ୍ବୀ ଚକ୍ଟର୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସାଧୁତା, ସରଳତା ଓ ଉଚ୍ଚ ଚିନ୍ତନକୁ ଗୁରୁତ୍ବ ଦେବା ପାଇଁ ଅତିଥିମାନେ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ। ଶିକ୍ଷାବିତ୍ ଅରବିନ୍ଦ ସାହୁ ଓ ଅଧ୍ୟାପିକା ସୁଷମା ପଣ୍ଡା ପ୍ରମୁଖ ପାଠପଢ଼ା ସହ ଶୃଙ୍ଖଳା ରକ୍ଷା ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ। ଅନୁଷ୍ଠାନର ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ପଣ୍ଡା ମନଛୁଆଁ ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ପାରମ୍ପରିକ ଶୈଳୀରେ ସ୍ବାଗତ କରାଯିବା ପରେ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ପରିଚାଳନା ନିର୍ଦ୍ଦେଶକ ପଦ୍ମକର ଅଧିକାରୀଙ୍କ ଦ୍ବାରା ସଂଯୋଜିତ ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ଶିକ୍ଷକ ନାରାୟଣ ସାମଲ, ପ୍ରଶାନ୍ତ ନାୟକ, ସନ୍ଦୀପ ପଣ୍ଡା, ଶିବୁନି ପଣ୍ଡା ଓ ଶିକ୍ଷୟିତ୍ରୀ ଶୁଚୀସ୍ମିତା ପଣ୍ଡା, ଜ୍ୟୋତିର୍ମୟୀ ପଣ୍ଡା ଓ ତ୍ରିଷ୍ଣା ଅଧିକାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଂପୁର୍ଣ୍ଣ ସହଯୋଗ କରିଥିଲେ।