ବାରବାଟୀ-କଟକରୁ ଲଢ଼ିବେ ପୂର୍ଣ୍ଣ ମହାପାତ୍ର
purna mohapatra

ଭୁବନେଶ୍ୱର : ବାରବାଟୀ କଟକରୁ ଲଢ଼ିବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ପୂର୍ବରୁ ସେ କଟକ ଲୋକସଭାରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଭର୍ତ୍ତୃହରି ମହତାବ ବିଜେଡ଼ି ଛାଡ଼ି ବିଜେପିକୁ ଆସିବା ପରେ ପୂର୍ଣ୍ଣଙ୍କ ସାଂସଦ ପ୍ରାର୍ଥୀତ୍ୱ ଆଶା ମଉଳି ଯାଇଥିଲା । ତେବେ ବାରବାଟୀ-କଟକରୁ ଅନୁଭବ ମହାନ୍ତି ଲଢ଼ିବେ ନା ପୂର୍ଣ୍ଣଚନ୍ଦ୍ର ତାହାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । ଆଜି ଏହି ଚର୍ଚ୍ଚାର ଅବସାନ ଘଟିଛି ।
ସୂଚନାଯୋଗ୍ୟଯେ, ଆଜି ୬ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଭଣ୍ଡାରୀପୋଖରୀ : ସୁଧାଂଶୁ ନାୟକ, ଭୋଗରାଇ : ଆଶିଷ ପାତ୍ର, ଭଣ୍ଡାରିପୋଖରୀ : ସୁଧାଂଶୁ ନାୟକ, ବରି : ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକ : ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ : ପ୍ରକାଶ ରଣବିଜୁଳି ଓ ଘସିପୁରା : ଶମ୍ଭୁନାଥ ରାଉତ ।